Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆସନ୍ତା ସପ୍ତାହରେ ଯୁକ୍ତ ଦୁଇ ପରୀକ୍ଷା ଫଳ

    Share on :
    ajab-Image
    Date: May 11, 2025    Views: 7709

    ଭୁବନେଶ୍ୱର,: ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ଉଚ୍ଚ  ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ । ଫଳ ପ୍ରକାଶ ପାଇଁ ସମସ୍ତ କାର୍ୟ୍ୟ ଚୂଡ଼ାନ୍ତ ପର୍ୟ୍ୟାୟରେ ପହଞ୍ଚିଛି ।  ଆସନ୍ତା ୧୫ରେ ଫଳ ପ୍ରକାଶ ନେଇ ଲକ୍ଷ୍ୟ ରଖାଯାଇଥିବାବେଳେ ଏଥିରେ ସାମାନ୍ୟ ବିଳମ୍ବ ହୋଇପାରେ । ଏକାକାଳୀନ ଭାବେ ସମସ୍ତ  ଷ୍ଟ୍ରିମ୍‌ର ରେଜଲ୍ଟ ପ୍ରକାଶ ପାଇବ । ଆସନ୍ତା ୭ରୁ ୮ ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ କରାଯିବ ବୋଲି ସିଏଚ୍‌ଏସ୍‌ଇ ପକ୍ଷରୁ ସୂଚନା ମିଳିଛି ।   ସେହିପରି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ)  ପରିଚାଳିତ ଦଶମ ଓ  ଦ୍ୱାଦଶ ଶ୍ରେଣୀ ପରୀକ୍ଷା  ଫଳ ମଧ୍ୟ ଆସନ୍ତା  ସପ୍ତାହରେ ପ୍ରକାଶ ପାଇବାର ସମ୍ଭାବନା ରହିଛି । ଜାତୀୟ ଗଣମାଧ୍ୟମର  ସୂଚନା ଅନୁଯାୟୀ, ଆସନ୍ତା ସପ୍ତାହରେ ହିଁ ରେଜଲ୍ଟ ପ୍ରକାଶ ପାଇବ ।   
    ସୂଚନାଯୋଗ୍ୟ,ଗତ ମାର୍ଚ୍ଚ ୨୮ରେ ଯୁକ୍ତ ଦୁଇ ପରୀକ୍ଷା ଶେଷ  ହୋଇଛି । ଏଥିରେ ରାଜ୍ୟର ୩ ଲକ୍ଷ ୯୩ ହଜାର ୬୧୮ ଜଣ  ପିଲା ପରୀକ୍ଷା ଦେଇଛନ୍ତି । ଏପ୍ରିଲ୍‌ ୨ ତାରିଖରୁ ଖାତା ଦେଖା ଆରମ୍ଭ  ହୋଇଥିଲା । ଦୁଇଟି ପର୍ୟ୍ୟାୟରେ ଖାତା ଦେଖା ହୋଇଛି । ଖାତା ଦେଖା ଶେଷ ହୋଇଥିବା ବେଳେ ରେଜଲ୍ଟ ପ୍ରକାଶ ପାଇଁ ଥିବା ଆନୁସଙ୍ଗିକ  ସମସ୍ତ କାର୍ୟ୍ୟ ଆସନ୍ତା ୩ ଦିନ ମଧ୍ୟରେ ଶେଷ ହେବ । ତାପରେ ରେଜଲ୍ଟ  ପ୍ରକାଶ ପାଇବ । ଅର୍ଥାତ୍‌ ୭ରୁ ୮ ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇବ  ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook