Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଚତୁର୍ଥୀ ପୂର୍ବ ରାତିରେ ନବବଧୂ ଫେରାର

    Share on :
    ajab-Image
    Date: May 11, 2025    Views: 6783

    ବଅଁରପାଳ:ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା କେନ୍ଦୁପଲ୍ଲୀ ଅଞ୍ଚଳରେ  ଚତୁର୍ଥୀ ପୂର୍ବ ରାତିରେ ପାଇଖାନା ସ୍କାଏଲାଇଟ୍‌ ଭାଙ୍ଗି ପଳାଇ ଯାଇଛନ୍ତି ନବବଧୂ ।  ଗଲା ବେଳେ ସମସ୍ତ ସୁନାଗହଣା ସାଙ୍ଗକୁ ଦେଢ଼ ଲକ୍ଷରୁ ଅଧିକ ଟଙ୍କା ନେଇଯାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁପଲ୍ଲୀ ଗ୍ରାମର ଯୁବକ ଜଣକ ଗତ ୭ ତାରିଖରେ କିଶୋରନଗର ବ୍ଲକ୍‌ ତଥା ହଣ୍ଡପା ଥାନା ଇଲାକାରେ ବିବାହ କରିଥିଲେ । ବିବାହ ବେଳେ ଯୁବତୀଙ୍କ ତାଙ୍କ ଆଚରଣ ସ୍ୱାଭାବିକ  ଥିଲା । ନୂଆ କରି ଘରକୁ ଆସୁଥିବା ବୋହୂଠାରେ କୌଣସି ପ୍ରକାର ଅସ୍ୱାଭାବିକ ଲକ୍ଷଣ ଦେଖିନଥିଲେ ଶାଶୂଘର ଲୋକ । ହେଲେ ଶୁକ୍ରବାର ରାତିରେ  ଶୌଚାଳୟ ଯାଇ ଆଉ ଫେରିନଥିଲେ ବୋହୂ । ଘର ଲୋକେ ଅନେକ ସମୟ ଅପେକ୍ଷା  କଲେ ହେଲେ ଆଉ କବାଟ ଖୋଲିଲାନି କି ବୋହୂ ଫେରିଲାନି । ଘରକୁ କୁଣିଆ  ହୋଇ ଆସିଥିବା କିଛି ମହିଳା କବାଟକୁ ବାଡ଼େଇଲେ ଆଉ ବୋହୂ ନାଁ ଧରି ଡାକିଲେ । 

    ଆଉ ଶେଷରେ କବାଟ ଭାଙ୍ଗି ଯାହା ଦେଖିଲେ ସମସ୍ତଙ୍କ ହୋସ୍‌ ଉଡ଼ିଗଲା । ବୋହୂ ସ୍କାଏ ଲାଇଟ୍‌ ଭାଙ୍ଗି ଚମ୍ପଟ ମାରିଛି । ଯାଇଛି ତ’ ଯାଇଛି ଚାଲ୍‌ କରି ପାଇଖାନା ଆସିବା ବେଳେ ସାଙ୍ଗରେ ଏକ ଲକ୍ଷ ୫୫ ହଜାର ଟଙ୍କା ସହ ୧୦ ଭରି ଓଜନର ସୁନାହାର,  ମଙ୍ଗଳସୂତ୍ର, ଚେନ୍‌, ଚୁଡ଼ି ୪ ପଟ, ଦୁଇଟା କାନଫୁଲ, ୩ଟି ମୁଦି ନେଇଯାଇଛି  ବୋଲି ପରିବାର ଲୋକେ ଜାଣିବାକୁ ପାଇଥିଲେ । ଏନେଇ ସ୍ୱାମୀ ଶନିବାର ଥାନାରେ ଏତଲା ଦେଇଛନ୍ତି । ବିଳମ୍ବିତ ରାତି ୩ଟା ୫ରେ ସେ ଘରୁ ପଳାଇ ଯାଇଥିବା ସ୍ୱାମୀ  ପାଖକୁ ମୋବାଇଲ୍‌ ଫୋନ୍‌ରେ ମେସେଜ୍‌ କରିଥିବା ଏତଲାରେ ଦର୍ଶାଯାଇଛି । ଏ  ଘଟଣା ନେଇ ଉଭୟ ପରିବାର ମଧ୍ୟରେ ବିଚାରବିମର୍ଶ ଚାଲିଥିବା ଜଣାଯାଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook