ମୁଖ୍ୟ ଖବର
ରାଇରଙ୍ଗପୁର : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍ । ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଜିଆଳଦା ଚେଞ୍ଚଡା ଗଳାପୋଲ ନିକଟରେ ଭାରସାମ୍ୟ ହରାଇ 'ଆପୁ' ନାମକ ଯାତ୍ରୀବାହୀ ବସ୍ ରାସ୍ତା ତଳକୁ ଓଲଟିପଡିଥିଲା । ଫଳରେ ୧୭ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଜାରିଟାଣ୍ଡିରୁ କରଞ୍ଜିଆ ଯାଉଥିବା ‘ଆପୁ’ ନାମକ ବସ ବ୍ରେକ୍ ଫେଲ ହେବାରୁ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିବା ଚାଳକ କହିଛନ୍ତି । ଆହତ ଯାତ୍ରୀ ମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ଥିବାରୁ ତାଙ୍କୁ ବାରିପଦା ପିଆରଏମ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ବହଳଦା ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି ।
Comments ସମସ୍ତ ମତାମତ 0