Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସେୟାର ମାର୍କେଟର ଲୋଭ ଦେଖାଇ ୩ କୋଟି ଲୁଟ୍

    Share on :
    ajab-Image
    Date: May 8, 2025    Views: 4453

    ମାଲକାନଗିରି : ମାଲକାନଗିରି ଅଂଚଳରେ ଜଣେ ଠକ ଲୋକଙ୍କୁ ସେୟାର ମାର୍କେଟ ବା ଟ୍ରେଡିଂ ବ୍ୟବସାୟରେ ଅଧିକ ଟଙ୍କାର ରିର୍ଟନ ଦେଖାଇ ପ୍ରାୟ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇଥିବା ଜଣାପଡିଛି । ସ୍ଥାନୀୟ ୱାର୍ଡ ନମ୍ବର ୨ର ବାସିନ୍ଦା କେ.ଜିତେନ୍ଦ୍ର ପାତ୍ର ଥାନାରେ ଏନେଇ ଏତଲା ଦେବା ପରେ ପୁଲିସର ତଦନ୍ତ ପରେ କୋଟିକୋଟି ଟଙ୍କା ଠକେଇ ହୋଇଥିବା ଜାଣିପାରିଛି ।
    କେ.ଜିତେନ୍ଦ୍ର ପାତ୍ରଙ୍କ ଏତଲା ଅନୁଯାୟୀ ୨୦୧୭ ମସିହାରେ ଦେବଜିତ ତ୍ରିପାଠୀ ମାଲକାନଗିରିରେ ଆସି ରହୁଥିଲେ । ଜିତେନ୍ଦ୍ରଙ୍କ ସାକ୍ଷାତ ୨୦୧୮ରେ ଦେବଜିତଙ୍କ ସହ ହୋଇଥିଲା । ଦେବଜିତ କଟକରେ ରହି ଟ୍ରେଡିଂ ବ୍ୟବସାୟ କରୁଥିବା ଜିତେନ୍ଦ୍ରଙ୍କୁ କହିଥିଲେ । ୫୦ ହଜାର ଟଂକା ନିବେଶ କଲେ ୩ ମାସରେ ୨୦ ପ୍ରତିଶତ ଟଂକା ପାଇବେ ବୋଲି ଲୋଭ ଦେଖାଇଥିଲେ । ଜିତେନ୍ଦ୍ର ମଧ୍ୟ ଲୋଭରେ ପଡି ୫୦ ହଜାର ଟଂକା ଦେଲେ । ଦେବଜିତ ୩ ମାସ ପରେ ୨୦ ପ୍ରତିଶତ ଟଂକା ଦେଇଥିଲେ । ଟଂକା ପାଇବା ପରେ ଧୀରେଧୀରେ ଜିତେନ୍ଦ୍ର ତାଙ୍କୁ ୪୦ ଲକ୍ଷ ଟଂକା ପର୍ଯ୍ୟନ୍ତ ଦେଇ ଚାଲିଲେ ।
    ୫୦ ହଜାର ଟଂକା ନିବେଶ କଲେ ୩ ମାସରେ ୨୦ ପ୍ରତିଶତ ଟଂକା ପାଇବେ ବୋଲି ଲୋଭ ଦେଖାଇଥିଲେ । ଜିତେନ୍ଦ୍ର ମଧ୍ୟ ଲୋଭରେ ପଡି ୫୦ ହଜାର ଟଂକା ଦେଲେ । ଦେବଜିତ ୩ ମାସ ପରେ ୨୦ ପ୍ରତିଶତ ଟଂକା ଦେଇଥିଲେ ।
     ତେବେ ଜିତେନ୍ଦ୍ର ଟଂକା କେଉଁ କମ୍ପାନିରେ ପକାଇଛ ବୋଲି ପଚାରିବା ସହ ଟଂକା ମାଗିବାରୁ ଦେବଜିତ ତୁମର ଆଇଡି ବନ୍ଦ ହୋଇଥିବା କହିଥିଲେ । ପୁଣି ଦେବଜିତ ଆଇଡି ବନ୍ଦ ହୋଇଥିବା କହି ପୁଣି ୨୨ ଲକ୍ଷ ଟଂକା ମାଗିଲେ । ଜିତେନ୍ଦ୍ର ପୁଣି ଧାର ଉଧାର କରି ୨୨ ଲକ୍ଷ ଦେଲେ । ଜିତେନ୍ଦ୍ର ଟଂକା ମାଗିବାରୁ ତୁମର ପାନ୍ ଓ ଆଧାର କାର୍ଡ ମେଚ କରୁନଥିବା କହି ୧୦ ଲକ୍ଷ ଟଂକା ମାଗିଲେ । ଏହି ଟଂକା ପକାଇଲେ ତୁମର କମିସନ ଆସିବ ବୋଲି ବୁଝାଥିଲା ଦେବଜିତ । ପୁଣି କହିଲେ ଯେ ଟଂକା ପାଇବାକୁ ହେଲେ ଆହୁରି ୧୦ ଲକ୍ଷ ଟଂକା ପକାନ୍ତୁ । ଏଭଳି ୮୦ ଲକ୍ଷ ଟଂକା ଯିତେନ୍ଦ୍ର ଦେବଜିତଙ୍କୁ ଦେଲେ ।
    ତେବେ ସମସ୍ତ ଟଙ୍କା କମିସନ ସହ ମାଗିବାରୁ ଦେବଜିତ ଡରାଇବା ଆରମ୍ଭ କରିଥିଲେ । ତୁମେ ମୋତେ ମାନସିକ ଯନ୍ତ୍ରଣା ଦେଉଛ ବୋଲି କହିବା ସହ ତୁମ ନାମରେ କେଶ କରିବି ବୋଲି ଧମକାଇଥିଲେ । ଏହି ଘଟଣା ୧୦୧୭ରୁ ୨୦୨୧ ପର୍ଯ୍ୟନ୍ତ ଚାଲିଥିଲା । ତେବେ ଜିତେନ୍ଦ୍ର ଟଂକା ନପାଇବାରୁ ବାଧ୍ୟ ହୋଇ ମାଲକାନଗିରି ଥାନାରେ ଗତବର୍ଷ ଅଗଷ୍ଟ ୯ ତାରିଖରେ ଏତଲା ଦାୟର କରିଥିଲେ । ଏତଲାକୁ ଭିତ୍ତି କରି ମାଲକାନଗିରି ପୁଲିସ ଦେବଜିତକୁ ଗିରଫ କରିଛି । ତେବେ ପୁଲିସ ତଦନ୍ତରେ ଜାଣିପାରିଛି ଯେ ଦେବଜିତ ଅନ୍ୟ ୫ ଜଣକୁ ମଧ୍ୟ ଟ୍ରେଡିଂ ନାମରେ ୩ କୋଟିରୁ ଊର୍ଦ୍ଧ୍ୱ ଟଂକା ଠକିଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook