Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆସିବ ୩୨ ଅତ୍ୟାଧୁନିକ ମୋବାଇଲ ଫରେନ୍ସିକ ଭ୍ୟାନ : ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: May 8, 2025    Views: 4310

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଶର ତିନୋଟି ନୂଆ ଅପରାଧିକ ଆଇନର ଫଳପ୍ରଦ କାର୍ୟ୍ୟକାରୀତା ସମ୍ପର୍କରେ ସମୀକ୍ଷା କରିଛନ୍ତି । ଲୋକସେବା ଭବନରେ ଅନୁଷ୍ଠିତ ସମୀକ୍ଷାରେ ମୁଖ୍ୟମନ୍ତ୍ରୀ ଜିରୋ ଏଫଆଇଆର ଉପରେ ଗୁରୁତ୍ୱାରୋପ କରିଛନ୍ତି । ୩୨ଟି ଅତ୍ୟାଧୁନିକ ମୋବାଇଲ ଫରେନସିକ ଭ୍ୟାନ ଖୁବଶୀଘ୍ର ଆସିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ସେହିପରି ହସ୍ପିଟାଲ, କୋର୍ଟ, ଜେଲ, ଫରେନସିକ ଲ୍ୟାବ ଆଦିକୁ ଭିଡିଓ କନ୍ଫରେନସିଂ ଜରିଆରେ ଯୋଡିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
    ମୁଖ୍ୟମନ୍ତ୍ରୀ ଇ-ଏଫଆଇଆର, ଇ-ସମନ, ଇ-ସାକ୍ଷ୍ୟ ପ୍ରଦାନ ଆଦି ବ୍ୟବସ୍ଥା କାର୍ୟ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହାଦ୍ୱାରା ନ୍ୟାୟ ପ୍ରଦାନ ବ୍ୟବସ୍ଥା ସହଜ, ସରଳ ହେବା ସହିତ ତ୍ୱରିତ ବେଗରେ କାର୍ୟ୍ୟକାରୀ କରାଯାଇ ପାରିବ । ଏଥିପାଇଁ ଜେଲ, ହସ୍ପିଟାଲ, ଫରେନସିକ ଲ୍ୟାବ, କୋର୍ଟ ଇତ୍ୟାଦିକୁ ଭିଡିଓ କନ୍ଫରେନ୍ସ ଜରିଆରେ ଯୋଡିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହା ଦ୍ୱାରା ସାକ୍ଷୀମାନେ ଯେଉଁ ସ୍ଥାନରେ ଥିବେ, ସେହି ସ୍ଥାନରୁ ହିଁ ସାକ୍ଷ୍ୟ ପ୍ରଦାନ କରିପାରିବେ । ତଦନ୍ତ ଓ ନ୍ୟାୟ ପ୍ରଦାନ ବ୍ୟବସ୍ଥା ଯେତେଦୂର ସମ୍ଭବ ଇଲେକ୍ଟ୍ରୋନିକ ମୋଡରେ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
    ଫରେନ୍ସିକ ବ୍ୟବସ୍ଥାର ଉନ୍ନତି ପାଇଁ ଅତ୍ୟାଧୁନିକ ମୋବାଇଲ ଫରେନସିକ ଭ୍ୟାନ ନିୟୋଜିତ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟରେ ଖୁବଶୀଘ୍ର ୩୨ଟି ମୋବାଇଲ ଫରେନସିକ ଭ୍ୟାନ ନିୟୋଜିତ କରାଯିବ । ଭିଡ ହିଂସା, ଉଗ୍ରବାଦୀ କାର୍ୟ୍ୟକଳାପ ଏବଂ ସଂଗଠିତ ଅପରାଧ କ୍ଷେତ୍ରରେ ଏସପିଙ୍କ ତଳ ର‍୍ୟାଙ୍କର କୌଣସି ଅଧିକାରୀ ତଦାରଖ ନକରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ନୂଆ ଆଇନର ଫଳପ୍ରଦ କାର୍ୟ୍ୟକାରୀତା ପାଇଁ ପୋଲିସ, ଜେଲ, ଆଇନଗତ କାର୍ୟ୍ୟାନୁଷ୍ଠାନ ଓ ବିଚାର ବିଭାଗୀୟ ବ୍ୟବସ୍ଥାର ସୁଦୃଢୀକରଣ ଉପରେ ଗୁରୁତ୍ବ ଆରୋପ କରାଯାଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook