Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପ୍ରେମିକାକୁ ହାଣି ପୋଡ଼ିଦେଲା ସ୍ତ୍ରୀ

    Share on :
    ajab-Image
    Date: May 6, 2025    Views: 6316

    ଉଦଳା: ସ୍ୱାମୀର ପ୍ରେମିକାକୁ ହାଣି ପୋଡ଼ି ମାରିଲା ସ୍ତ୍ରୀ। ସ୍ୱାମୀକୁ ନେଇଯିବାକୁ ଚେଷ୍ଟା କରିବାରୁ ପ୍ରେମିକାକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସ୍ୱାମୀର ପ୍ରେମିକାକୁ ୨ ସହଯୋଗୀଙ୍କ ସହ  ସ୍ତ୍ରୀ ଜଙ୍ଗଲରେ ପୋଡ଼ି ଦେଇଥିଲା। ମୁଖ୍ୟ ଅଭିଯୁକ୍ତ ସ୍ତ୍ରୀ ସାବିତ୍ରୀ ସାଏଙ୍କ ସହ ୩ ଜଣଙ୍କୁ ପୁଲିସ ଗିରଫ କରିଛି। ଏହାସହିତ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀକୁ ପୁଲିସ ଜବତ କରିଛି। ଗତ ୪ ତାରିଖରେ ବିଦ୍ୟାଧରପୁର ଜଙ୍ଗଲରୁ ଜଣେ ଯୁବତୀଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଥିଲା। ତଦନ୍ତ ସମୟରେ ବିଦ୍ୟାଧରପୁର ଜଙ୍ଗଲରୁ ମିଳିଥିବା ମୃତଦେହ ମାଦେ ସିଂଙ୍କ ବୋଲି ଜଣାପଡ଼ିଥିଲା। ସାଇଣ୍ଟିଫିକ ଟିମ ସହାୟତାରେ ପୁଲିସ ତଦନ୍ତ ସମୟରେ ଜଙ୍ଗଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ଭିନ୍ନମୋଡ଼ ନେଇଥିଲା। ସ୍ୱାମୀକୁ ନେଇଯିବାକୁ ଚେଷ୍ଟା କରିବାରୁ ସ୍ତ୍ରୀ ପ୍ରେମିକାକୁ ହତ୍ୟା କରିଥିବା ପୁଲିସ ଜାଣିବାକୁ ପାଇଥିଲା। ସ୍ୱାମୀର ପ୍ରେମିକାକୁ ୨ ସହଯୋଗୀଙ୍କ ସହ ଜଙ୍ଗଲରେ ପୋଡ଼ି ଦେଇଥିଲା । ତଦନ୍ତ ପରେ ଏହି ମାମଲାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ସ୍ତ୍ରୀ ସାବିତ୍ରୀ ସାଏଙ୍କ ସହ ୩ ଜଣଙ୍କୁ ଗିରଫ କରିଛି। ଏହାସହିତ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀକୁ ପୁଲିସ ଜବତ କରିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook