Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପୁଣି ଅସ୍ତ୍ରବିରତି ଉଲ୍ଲଘଂନ କରିଛି ପାକ୍‌ ସେନା

    Share on :
    ajab-Image
    Date: Apr 28, 2025    Views: 3225

    ଶ୍ରୀନଗର: ପହଲଗାମ ଆତଙ୍କୀ ଆକ୍ରମଣ ପରେ ପୁଣି ଅସ୍ତ୍ରବିରତି ଉଲ୍ଲଘଂନ କରିଛି ପାକ୍‌ ସେନା । ରବିବାର ରାତିସାରା ଏଲଓସିରେ ଗୁଳିବର୍ଷା ହୋଇଛି । କୁପୱାଡ଼ା ଓ ପୁଞ୍ଚ ଜିଲ୍ଲା ନିକଟ ସୀମାରେ ପାକିସ୍ତାନ ପକ୍ଷରୁ ଏକାଧିକ ସେକ୍ଟରରେ ଗୁଳିମାଡ ହୋଇଛି । ଯାହାର ମୁହଁତୋଡ଼ ଜବାବ ଦେଇଛି ଭାରତୀୟ ସେନା । କୌଣସି କ୍ଷୟକ୍ଷତିରେ ସୂଚନା ନାହିଁ ।
    ପହଲଗାମ ଆକ୍ରମଣ ପରେ ଲଗାତାର ୪ ଥର ପାକ୍ ସେନା ସୀମାରେ ଅସ୍ତ୍ରବିରତି ଉଲ୍ଲଘଂନ କରିଛି । ଏଲଓସିରେ ଫାୟାରିଂ କରିଛି । ଗତକାଲି (ରବିବାର) ରାତିରୁ ଏଲଓସିରେ ଗୁଳିମାଡ କରିଛି ପାକ୍ ସେନା । ଯାହାର କଡ଼ା ଜବାବ ଦେଇଛି ଭାରତୀୟ ସେନା । ଏହା ପୂର୍ବରୁ ୩ ଥର ଏଲଓସିରେ ଗୁଳିମାଡ କରିଥିଲା ପାକିସ୍ତାନ । ପୂର୍ବରୁ ଗୁରୁବାର ରାତିରେ ମଧ୍ୟରେ ଜମ୍ମୁ କାଶ୍ମୀର ନିୟନ୍ତ୍ରଣ ରେଖା (ଏଲଓସି)ରେ ଅସ୍ତ୍ରବିରତି ଉଲ୍ଲଘଂନ କରି ପାକ୍‌ ସେନା ଗୁଳିମାଡ଼ କରିଥିଲା ।

    ଅଧିକାରୀଙ୍କ ସୂଚନା ଅନୁସାରେ, ପାକିସ୍ତାନ ସେନା ୨୭ ତାରିଖରେ ଏଲଓସିର ବିଭିନ୍ନ ସେକ୍ଟରରେ ଗୁଳିମାଡ କରିଛି । ରବିବାର ରାତିତମାମ ଏହା ଚାଲିଥିଲା । ଭାରତୀୟ ସେନା ପକ୍ଷରୁ ଜବାବ ଦେଇଛି । ଏବେ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।' 

    Maximum 500 characters

    ଦେଶ ବିଦେଶ View all

    Find Us on Facebook