Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆମ ଦେଶ ବାହାର ଦେଶର ଲୋକଙ୍କୁ ରଖିବା ଭୁଲ:ବାବୁ ସିଂ

    Share on :
    ajab-Image
    Date: Apr 27, 2025    Views: 3984

    ଭୁବନେଶ୍ୱର : ଭାରତରେ ପାକିସ୍ତାନ ନାଗରିକ ରହିଥିବା ପ୍ରସଙ୍ଗ । କେନ୍ଦ୍ର ସରକାର ସବୁ ରାଜ୍ୟ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଠି ପାକିସ୍ତାନୀ ନାଗରିକମାନେ ଭିସା କିମ୍ବା ବିନା ଭିସାରେ ରହିଛନ୍ତି । ସେମାନଙ୍କୁ ତୁରନ୍ତ ବାହାର କରାଯିବ ବୋଲି କହିଛନ୍ତି ବିଜେପି ବିଧାୟକ ବାବୁ ସିଂ । 
    ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମ ଦେଶ ଏକ ଆଶ୍ରୟସ୍ଥଳ ନୁହେଁ। ଆମ ଦେଶ ବାହାର ଦେଶର ଲୋକଙ୍କୁ ରଖିବା ଭୁଲ। ଦ୍ଵିତୀୟରେ ଏଠାକୁ ଆସି ଯେପରି ଅଶାନ୍ତି ସୃଷ୍ଟି କରୁଛନ୍ତି ତାହା ଗ୍ରହଣୀୟ ନୁହେଁ।  ପାକିସ୍ତାନୀ ହୁଅନ୍ତୁ କି ବାଂଲାଦେଶୀ ହୁଅନ୍ତୁ ଆମ ଦେଶକୁ ଛାଡି ଯିବା ଉଚିତ୍। ଯଦି ଛାଡିକୁ ନଯାଉଛନ୍ତି ରାଜ୍ୟ କେନ୍ଦ୍ର ସରକାର ମିଳିତ ସହଯୋଗରେ ତାଙ୍କୁ ତାଙ୍କ ଦେଶକୁ ପଠେଇ ଦେବା ଉଚିତ୍ । ଲୁଚିଥିବା ବିଦେଶୀଙ୍କ ବିରୋଧରେ ଦଣ୍ଡ ବିଧାନ ହେବା ଉଚିତ୍। ବିଭିନ୍ନ ବସ୍ତିରେ ଯାଞ୍ଚ ହେବା ଉଚିତ୍। ବିଶେଷ କରି ୩ ନମ୍ବର ମାଳିସାହି ବସ୍ତିରେ ଲୁଚି ରହୁଛନ୍ତି। ରାଜ୍ୟ ସରକାର ପାଖେ ଯେତିକି ତଥ୍ୟ ଅଛି , ବହୁ ବାଂଲାଦେଶୀ ବିନା ଭିସା, ବିନା ପାସପୋର୍ଟରେ ରହୁଛନ୍ତି । ତୁରନ୍ତ ଚିହ୍ନଟ କରି ତାଙ୍କ ଦେଶକୁ ପ୍ରତ୍ୟାବର୍ତ୍ତନ କରିବାର ସମୟ ଆସିଛି। ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ବାବୁ ସିଂ। ଭାରତ ଧର୍ମଶାଳା ନୁହେଁ। ଭୋଟ ପାଇଁ ଦେଶକୁ ବିକିବା ଆଦୌ ଠିକ୍ ନୁହେଁ। ଆଗ ମାଟି ତାପରେ ମନ୍ତ୍ରୀ, ବିଧାୟକ କଥା ଆସୁଛି। ଭୋଟ ପାଇଁ ମାଟିକୁ ବିକିବା ନୈତିକତାର କଥା ନୁହେଁ। ଆମେ ଏକତ୍ରିତ ହୋଇ ଯେଉଁମାନେ ବାହାରୁ ଆସିଛନ୍ତି ତାଙ୍କୁ ବିତାଡିତ କରିବା ରେ ସହଯୋଗ କରିବା ପାଇଁ ଆହ୍ବାନ ଦେଇଛନ୍ତି। ସରକାରଙ୍କୁ ଚିହ୍ନଟ ପ୍ରକ୍ରିୟାରେ ସହଯୋଗ କରାଇ ତାଙ୍କୁ ବହିଷ୍କାର କରିବା ସମସ୍ତଙ୍କର ଦାୟିତ୍ଵ। 

    Maximum 500 characters

    ତାଜା ଖବର View all

    Find Us on Facebook