ମୁଖ୍ୟ ଖବର
ଭୁବନେଶ୍ୱର: ରାତି ଶୋଇଥିବା ବେଳେ ଚୋଟ ମାରିଲା ସାପ । ମେଡିକାଲରେ ପହଞ୍ଚିବା ବେଳକୁ ଚାଲିଗଲା ନାବାଳକର ଜୀବନ । ମୃତ ନାବାଳକ ହେଉଛନ୍ତି ଇନ୍ଦ୍ରମଣି ମୁଣ୍ଡାଙ୍କ ୧୨ ବର୍ଷୀୟ ପୁଅ ବିରୁ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ସୁନ୍ଦରାପାଳ ଗାଁରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଶନିବାର ରାତିରେ ଖାଇ ସାରିବା ପରେ ନିଜ ରୁମ୍କୁ ଯାଇ ଶୋଇଥିଲେ ବିରୁ । ହେଲେ ସେ ଜାଣିନଥିଲା ଯେ, ବିଛଣାରେ ଯମ ବେଶରେ ବିଷାକ୍ତ ସାପ ତାକୁ ଜଗି ବସିଥିଲା । ବଛଣାରେ ଯାଇ ଶୋଇବାର କିଛି ସମୟ ମଧ୍ୟରେ ସାପ କାମୁଡ଼ାରେ ଗୁରୁତର ହୋଇପଡ଼ିଲା ବିରୁ । ତାଙ୍କ ଚିତ୍କାର ଶୁଣି ପରିବାର ଲୋକେ ଦୌଡ଼ି ଆସିଥିଲେ । ଗୁରୁତର ଅବସ୍ଥାରେ ବିରୁକୁ ଦେଖି ଆମ୍ବୁଲାନ୍ସ ଡାକିଥିଲେ ପରିବାର ଲୋକେ । ହେଲେ ଆମ୍ବୁଲାନ୍ସ ପହଞ୍ଚିବାକୁ ଡେରି ହେଇଗଲା। ଆମ୍ୱୁଲାନ୍ସ ପହଞ୍ଚିବା ପରେ ତାକୁ ମେଡିକାଲ ଆଣିଥିଲେ । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଘଟଣାକୁ ନେଇ ଏବେ ପରିବାର ତଥା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
Comments ସମସ୍ତ ମତାମତ 0