Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ସୁଭଦ୍ରା: ଏବେ ହେବନି ନୂଆ ଆବେଦନ: ପ୍ରଭାତୀ ପରିଡା

    Share on :
    ajab-Image
    Date: Apr 7, 2025    Views: 2903

    ଭୁବନେଶ୍ଵର: ସର୍ଭେ ପରେ ମିଳିବ ସୁଭଦ୍ରାର ତୃତୀୟ କିସ୍ତିି । ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଅଯୋଗ୍ୟ ହିତାଧିକାରୀଙ୍କ ସର୍ଭେ ପରେ ତୃତୀୟ କିସ୍ତି ଟଙ୍କା ଦିଆଯିବ। ରବିବାର ସୁଦ୍ଧା ୧ ଲକ୍ଷ ୭୦ ହଜାର ଲୋକ ନୂଆ ଆବେଦନ କରିଛନ୍ତି। ୨୨ ଏବଂ ୨୩ ତାରିଖରେ ନୂତନ ଆବେଦନକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ। ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ମଧ୍ୟରୁ ଯେଉଁ ଯୋଗ୍ୟ , ସେମାନେ ସୁଭଦ୍ରା ଟଙ୍କା ପାଇବେ। ଆହୁରି ମଧ୍ୟ ସେ କହିଛନ୍ତି ଏବେ ନୂଆ କରି ସୁଭଦ୍ରା ଆବେଦନ କରିହେବନି। ୧ କୋଟି ହିତାଧିକାରୀଙ୍କ ମଧ୍ୟରୁ ୧ ଲକ୍ଷ ମହିଳା ଦ୍ଵିତୀୟ କିସ୍ତିରୁ ବାଦ ପଡିଛନ୍ତି। ସେହି ୧ ଲକ୍ଷ ଓ ନୂତନ ୧ ଲକ୍ଷ ୭୦ ହଜାରରୁ ବାଦ ପଡିଲେ ସର୍ଭେ ହେବ। ଘରକୁ ଘର ବୁଲି ବାଦ ପଡିଥିବା ସମସ୍ତଙ୍କର ସର୍ଭେ କରାଯିବ। ଏପ୍ରିଲ ୧୪ ତାରିଖ ପରେ ଘରକୁ ଘର ବୁଲି ସର୍ଭେ ହେବ। କାହିଁକି ପ୍ରଥମ ପରେ ଦ୍ଵିତୀୟ କିସ୍ତରୁ ବାଦ ପଡିଲେ , ସାମୁହିକ କାର୍ୟ୍ୟ ହେବ। ତୃତୀୟ କିସ୍ତି ପରେ ୨୧ ବର୍ଷର ହୋଇଥିଲେ, ପୁଣି ସୁଭଦ୍ରା ଓପନ ହେବ।

    Maximum 500 characters

    ତାଜା ଖବର View all

    Find Us on Facebook