ଖୁବଶୀଘ୍ର ସମାଜବାଦୀ ପାର୍ଟି ସାଂସଦ ପ୍ରିୟା ସରୋଜଙ୍କୁ ବିବାହ କରିବେ ରିଙ୍କୁ ସିଂହ। ଉଭୟଙ୍କ ପରିବାର ପକ୍ଷରୁ ବିବାହ ପାଇଁ ସହମତି ପ୍ରକାଶ କରାଯାଇଥିବା ସୂଚନା ମିଳିଛି। ୨୬ ବର୍ଷୀୟା ପ୍ରିୟା ଉତ୍ତରପ୍ରଦେଶର ମଛଲିସହର ଆସନରୁ ଲୋକସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ୨୦୨୪ରେ ସେ ପ୍ରଥମ ଥରି ଲାଗି ନିର୍ବାଚନ ଲଢ଼ିବା ସହିତ ବିଜୟୀ ହୋଇଥିଲେ। ପ୍ରିୟାଙ୍କ ବାପା ତୁଫାନୀ ସରୋଜ ସମାଜବାଦୀ ପାର୍ଟିର ବରିଷ୍ଠ ନେତା। ସେ ୩ ଥର ଲୋକସଭାକୁ ନିର୍ବାଚିତ ହୋଇଥିବାବେଳେ ବର୍ତ୍ତମାନ କେରାକତ ବିଧାନସଭା ଆସନରୁ ବିଧାୟକ ରହିଛନ୍ତି। ସେ ଜଣେ ଆଇନଜୀବୀ ମଧ୍ୟ। ରିଙ୍କୁଙ୍କ ବିବାହ ସ୍ଥିର ହୋଇଥିବା ଜଣାପଡ଼ିବା ପରେ ପ୍ରଶଂସକମାନଙ୍କ ମଧ୍ୟରେ ବହୁ ଉତ୍ସାହ ଦେଖିବାକୁ ମିଳିଛି।
Comments ସମସ୍ତ ମତାମତ 0