Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମକର ମେଳା ପାଇଁ ଟି-ସେତୁରେ ଜାରି ହେଲା କଟକଣା

    Share on :
    ajab-Image
    Date: Jan 14, 2025    Views: 5216

    ଆଠଗଡ଼ : ବଡ଼ମ୍ବା ଶୈବ ପୀଠ ବାବା ସିଂହନାଥ ପୀଠରେ ମକର ମେଳା ପାଇଁ କଟକଣା ଜାରି ହୋଇଛି । ଏହି ଅବସରରେ ଆଠଗଡ଼ ବଡମ୍ବା ଶୈବ ପୀଠ ବାବା ସିଂହନାଥଙ୍କ ପୀଠରେ ପ୍ରବଳ ଭିଡ ହୁଏ । ଯେଉଁଥି ପାଇଁ କଟକଣା ଲାଗୁ କରିଛି ପ୍ରଶାସନ । ମଙ୍ଗଳବାର ଠାରୁ ଆସନ୍ତା ୧୬ ତାରିଖ ଯାଏଁ ସକାଳ ୭ଟାରୁ ରାତି ୯ଟା ଯାଏଁ ପୀଠକୁ ସଂଯୋଗ କରୁଥିବା ଟି-ସେତୁ ଦେଇ ଯାନବାହାନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ । ଟି-ସେତୁ ଉପରେ କଟକଣା ପାଇଁ ନୟାଗଡ଼ ପଟୁ ବଡମ୍ବା ଆସୁଥିବା ଯାନବାହନ ଗୁଡିକୁ ସିଦ୍ଧମୂଳ ସେତୁ ଦେଇ ବଡ଼ମ୍ବା ଅଭିମୁଖେ ଯାଇପାରିବେ । ସେହିପରି ବଡମ୍ବା ପଟୁ ଭୁବନେଶ୍ୱର ଓ ଖୋର୍ଦ୍ଧା ଯାଉଥିବା ଗାଡିଗୁଡିକ ଜାତ ମୁଣ୍ଡିଆ ଦେଇ ଯାଇପାରିବେ । ସେପଟେ ମକର ମେଳା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ମୋଟ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଅସ୍ଥାୟୀ ମାଟି ରାସ୍ତାରେ ପାଣିଥିବାରୁ ଦମକଳ ବାହିନୀ ଏବଂ ଓଡ୍ରାଫ୍‌ ଟିମ୍‌ ମଧ୍ୟ ନିୟୋଜିତ କରାଯାଇଛି ।  ଟି-ସେତୁ ହେବା ପରଠାରୁ ମକର ମେଳାରେ ପ୍ରତିବର୍ଷ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢିଚାଲିଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook