Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ପାଞ୍ଜି ଖୋଲିବ:ପ୍ରଦୀପ ପାଣିଗ୍ରାହୀ

    Share on :
    ajab-Image
    Date: Jan 9, 2025    Views: 6156

    ଭୁବନେଶ୍ୱର:ବ୍ରହ୍ମପୁର ଏମ୍‌ପି ପ୍ରଦୀପ ପାଣିଗ୍ରାହୀ କେତେକ ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ହେବା ପରେ ବୁଧବାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ଠକେଇ ମାମଲାରେ ଦୋଷମୁକ୍ତ ହେବାପରେ ପ୍ରଦୀପ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ତାଙ୍କୁ ସେତେବେଳେ ମିଛରେ ଦୋଷ ଲଗାଇ ଦଳରୁ ବହିଷ୍କାର କରାଗଲା, ଅପରପକ୍ଷେ ରାଜ୍ୟବାସୀ ବିଜେଡିକୁ ଶାସନରୁ ବହିଷ୍କାର କଲେ। ଓଡ଼ିଆ ନୂଆ ବର୍ଷ ଆସୁଛି, ସବୁ ପାଞ୍ଜି ଖୋଲିଦେବେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନିଜକୁ କେତେ ସ୍ବଚ୍ଛ କହିଆସୁଛନ୍ତି ସେସବୁର ପାଞ୍ଜି ଖୋଲିବ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ତାଙ୍କୁ ଦଳରୁ କଢ଼ାଯିବା ନେଇ ଏ ପର୍ୟ୍ୟନ୍ତ ଥରୁଟିଏ ମୁହଁ ଖୋଲିନାହାନ୍ତି ବୋଲି ବ୍ରହ୍ମପୁର ଏମ୍‌ପି କହିଛନ୍ତି।
    କହିଛନ୍ତି, କାର୍ତ୍ତିକ ପାଣ୍ଡିଆନ ଗୋଟେ ମ୍ୟାଟେରିଆଲ ନୁହେଁ। ନବୀନବାବୁ ଓଡ଼ିଶାକୁ ଲୁଟ୍‌ ପାଇଁ ତାଙ୍କୁ ଠିକା ଦେଇଦେଲେ। ସିଏମ୍‌ଓକୁ କର୍‌ପସନ, କମିଶନ୍‌, କଲେକ୍ସନର ହବ୍‌ କରାଯାଇଥିଲା। ଟ୍ରାଫିକ୍‌ ପୋଲିସ ହେଉଥିବା ଲୋକ କ’ଣ ଗୋଟେ ନେତା କି କହି ସେ ଛିଗୁଲେଇଥିଲେ। ଜଣେ ବରିଷ୍ଠ ଆଇପିଏସ୍‌ ଅଫିସରଙ୍କ ନାଁ ନେଇ ଆକ୍ଷେପକରି କହିଛନ୍ତି, ସମ୍ପୃକ୍ତ ଅଫିସର ପ୍ରଥମ ଥର ଟୁଇଟ୍‌କରି ଗିରଫ କରିଥିବା ଜଣାଇଥିଲେ। ତାଙ୍କୁ କିଏ ଗିରଫ କରିବ ବୋଲି ପଚାରିବା ବେଳେ ଉକ୍ତ ଆଇପିଏସ୍‌ ଅଫିସର କହିଥିଲେ, ସେ କରିବେ। ତାଙ୍କୁ ଗିରଫ କରିବା ପରେ ଉକ୍ତ ଆଇପିଏସ୍‌ ଅଫିସରଙ୍କୁ ପୁରସ୍କାର ସ୍ବରୂପ କମିଶନର କରାଯାଇଥିଲା ବୋଲି ପ୍ରଦୀପ କହିଛନ୍ତି।
    ପ୍ରଦୀପ ପାଣିଗ୍ରାହୀଙ୍କୁ ଏବେ ବଡ଼ ଆଶ୍ୱସ୍ତି ମିଳିଛି। ସବୁ ମାମଲାରେ ବ୍ରହ୍ମପୁର ଜେଏମ୍‌ଏଫ୍‌ସି କୋର୍ଟ ତାଙ୍କୁ ଦୋଷମୁକ୍ତ କରିଛନ୍ତି। ମଙ୍ଗଳବାର ଟାଟା କମ୍ପାନୀରେ ନିଯୁକ୍ତି ନାଁରେ ଠକେଇ ସମ୍ପର୍କିତ ୨ଟି ମାମଲାରେ ମାନ୍ୟବର କୋର୍ଟ ପ୍ରଦୀପଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଥିଲେ। ବୁଧବାର ଆଉ ୩ଟି ମାମଲାର ଶୁଣାଣିକରି ସମସ୍ତ ମାମଲାରେ ତାଙ୍କୁ କୋର୍ଟ ଦୋଷମୁକ୍ତ କରିଛନ୍ତି।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook