Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଅବିବାହିତ ଦମ୍ପତିଙ୍କୁ ଓୟୋ ମନା

    Share on :
    ajab-Image
    Date: Jan 6, 2025    Views: 5037

    ନୂଆଦିଲ୍ଲୀ : ଏଣିକି ଅବିବାହିତ ଦମ୍ପତିଙ୍କୁ ଓୟୋ ହୋଟେଲ ମନା। ଓୟୋ ରୁମ୍ସ ନିଜ ଚେକ୍ ଇନ୍ ନିୟମରେ ପରିବର୍ତ୍ତନ କରିଥିବା ନେଇ ସୂଚନା ମିଳିଛି। ଓୟୋର ନୂତନ ଚେକ୍ ଇନ୍ ପଲିସି ଅନୁଯାୟୀ, ବର୍ତ୍ତମାନଠାରୁ ଅବିବାହିତ ଦମ୍ପତିଙ୍କୁ ଚେକ୍ ଇନ୍ କରିବାକୁ ଅନୁମତି ଦିଆଯିବ ନାହିଁ।
    ଓୟୋ ତାର ସହଭାଗୀ ହୋଟେଲଗୁଡିକ ପାଇଁ ଏକ ନୂତନ ଚେକ୍ ଇନ୍ ପଲିସି ଆରମ୍ଭ କରିଛି । ନୂତନ ନୀତି ଅନୁଯାୟୀ, ବର୍ତ୍ତମାନ ଅବିବାହିତ ଦମ୍ପତିଙ୍କୁ ଓୟୋ ହୋଟେଲ ରୁମରେ ଚେକ୍ ଇନ୍ କରିବାକୁ ଅନୁମତି ଦିଆଯିବ ନାହିଁ। କମ୍ପାନୀ ଏହି ନିୟମ ବର୍ତ୍ତମାନ ମେରଟ ସହରରୁ ଆରମ୍ଭ କରିଛି। ତେବେ ଏହି ନୂତନ ଚେକ୍ ଇନ୍ ନିୟମ ଦେଶର ଆଉ କୌଣସି ସହରରେ ଲାଗୁ ହୋଇନଥିଲେ ମଧ୍ୟ ଆଗକୁ ହୋଇପାରେ ବୋଲି ଶୁଣିବାକୁ ମିଳୁଛି।
    ନୂତନ ନୀତି ଅନୁଯାୟୀ ଅବିବାହିତ ଦମ୍ପତିଙ୍କୁ ଆଉ ‘ଚେକ୍ ଇନ୍’ କରିବାକୁ ଦିଆଯିବ ନାହିଁ। ଏହାର ଅର୍ଥ କେବଳ ସ୍ୱାମୀ-ସ୍ତ୍ରୀ ହୋଟେଲରେ ଏକ କୋଠରୀ ନେଇପାରିବେ। ସଂଶୋଧିତ ନୀତି ଅନୁଯାୟୀ, ସମସ୍ତ ଦମ୍ପତିଙ୍କୁ ‘ଚେକ୍ ଇନ୍’ ସମୟରେ ସେମାନଙ୍କ ସମ୍ପର୍କର ବୈଧ ପ୍ରମାଣପତ୍ର ପ୍ରଦାନ କରିବାକୁ କୁହାଯିବ। ଅନ୍‌ଲାଇନରେ କରାଯାଇଥିବା ବୁକିଂ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। କମ୍ପାନୀ କହିଛି ଯେ ସ୍ଥାନୀୟ ସାମାଜିକ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଅବିବାହିତା ଦମ୍ପତିଙ୍କ ବୁକିଂକୁ ପ୍ରତ୍ୟାଖ୍ୟାନ କରିବାର ଅଧିକାର ଓୟୋ ତାର ସହଭାଗୀ ହୋଟେଲକୁ ଦେଇଛି।

    ତେବେ ଓୟୋ ପକ୍ଷରୁ କୁହାଯାଇଛି କି ମେରଟର ବିଭିନ୍ନ ସିଭିଲ ସୋସାଇଟି ଗ୍ରୁପ ପକ୍ଷରୁ ମିଳିଥିବା ପ୍ରସ୍ତାବ ଅନୁସାରେ ଓୟୋ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ତୁରନ୍ତ ପ୍ରଭାବ ସହିତ ଏହାକୁ ସୁନିଶ୍ଚିତ କରିବା ପାଇଁ ଓୟୋ ମେରଟରେ ଥିବା ଅଂଶୀଦାର ହୋଟେଲମାନଙ୍କୁ ନିର୍ଦ୍ଦେଶ ଦେଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook