ପାଟ୍ନା : ବିହାରର ମୁଖ୍ୟମନ୍ତ୍ରୀ ଏନଡିଏ ଛାଡୁଥିବା ଖବର ଚର୍ଚ୍ଚା ହେବା ପରେ ଜଣଙ୍କ ପରେ ଜଣେ ନେତା ଏନେଇ ବୟାନ ଦେବା ଆରମ୍ଭ କଲେଣି । ଏହାରି ଭିତରେ ଆରଜେଡି ନେତା ଲାଲୁପ୍ରସାଦ ଯାଦବ କୁଆଡ଼େ ନୀତିଶଙ୍କୁ ବଡ଼ ଅଫର ଦେଇଛନ୍ତି। ତେବେ ସବୁଠାରୁ ବଡ଼ କଥା ହେଉଛି ଲାଲୁଙ୍କ ଅଫର୍କୁ ପ୍ରତ୍ୟାଖାନ କରିଛନ୍ତି ନୀତିଶ। ସେ ଗଣମାଧ୍ୟମରେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କର ଦଳ ବଦଳାଇବାର କୌଣସି ଯୋଜନା ନାହିଁ। ତେବେ ପୂର୍ବରୁ ଦଳ ବଦଳାଇବା ନେଇ ନୀତିଶଙ୍କ ନାଁରେ ରେକର୍ଡ ରହିଛି । ବର୍ଷ ଆରମ୍ଭରୁ ହିଁ ନୀତିଶ ଦଳ ବଦଳାଇ ଦିଅନ୍ତି । ବାରମ୍ୱାର ଏମିତି କରିବାର ରେକର୍ଡ ପାଇଁ ଲୋକେ ଦ୍ବନ୍ଦ୍ବରେ ରହୁଛନ୍ତି । ତେଣୁ ଲାଲୁ ଯାଦବଙ୍କ ଅଫର ପରେ ନୀତିଶ ଏନଡିଏ ଛାଡୁଥିବା ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।
ସେପଟେ କିଛିଦିନ ହେବ ନୀତିଶ ଗଣମାଧ୍ୟମରୁ ନିଜକୁ ଦୂରେଇ ରଖୁଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନିଧନରେ ଶେଷ ଦର୍ଶନ ଲାଗି ପହଞ୍ଚିଥିଲେ ନୀତିଶ । ଏହି ସମୟରେ ମନମୋହନଙ୍କ ପରିବାର ସହ ଅନେକ କଂଗ୍ରେସ ନେତାଙ୍କୁ ଭେଟିଥିଲେ । କିନ୍ତୁ ଏନଡିଏର ନେତାଙ୍କ ସହ ସେମିତି ନଜରକୁ ଆସିନଥିଲେ । ପୂର୍ବରୁ ଦିଲ୍ଲୀରେ ଅମିତ ଶାହ ଡାକିଥିବା ବୈଠକରେ ମଧ୍ୟ ସାମିଲ ହୋଇନଥିଲେ ନୀତିଶ । ଯେହେତୁ କେନ୍ଦ୍ର ସରକାରରେ ନୀତିଶଙ୍କ ସମର୍ଥନ ରହିଛି ତେଣୁ ନୀତିଶ ନଯିବା ରାଜନୀତିକୁ ଆହୁରି ସରଗରମ କରିଛି ।
Comments ସମସ୍ତ ମତାମତ 0