ଭୁବନେଶ୍ୱର: ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ବିଜେଡିର ଟାର୍ଗେଟ ପରେ ବିଜେପି ବି ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଉପରେ ବର୍ଷିଛି । ବିଜେପି ନେତା ଦିଲ୍ଲୀପ ମଲ୍ଲିକ କହିଛନ୍ତି ଯେ ଆଇନର ଊଦ୍ଧ୍ୱର୍ରେ କେହି ନୁହନ୍ତି, ଆଇନ ତା’ ବାଟରେ ଯିବ । ଯେଉଁମାନେ ବ୍ୟସ୍ତ ହେଉଛନ୍ତି ,ସେମାନେ ସରକାରରେ ଥିବାବେଳେ କ’ଣ କରୁଥିଲେ । ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର ଓ ଅରୁଣ ସାହୁଙ୍କ କ୍ଷେତ୍ରରେ କ’ଣ କରିଥିଲେ । ତେଣୁ ବିଜେଡି କେବଳ ଔଷଧ ବିକଳରେ ତାଟିଆ କାମୁଡ଼ୁଛି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।
Comments ସମସ୍ତ ମତାମତ 0