କଟକ: ଓଡ଼ିଆ ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ଏତଲା। କଟକ ସାଇବର ଥାନାରେ ଏତଲା ଦେଲେ ଓଡ଼ିଶା ଫିଲ୍ମ ଓ ଟିଭି ନିର୍ଦ୍ଦେଶକ ସଂଘ। ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକଙ୍କ ବିରୋଧରେ ବାରମ୍ବାର ସୋଶାଲ ମିଡ଼ିଆରେ ଅରୁଚିକର ମନ୍ତବ୍ୟ ଦେଉଥିବା ଅଭିଯୋଗ କରିଛି ସଂଘ।
ଓଡ଼ିଶାରେ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ନାହାନ୍ତି କି ନିର୍ଦ୍ଦେଶନା କ'ଣ ଜାଣିନାହାଁନ୍ତି ବୋଲି ସୋଶାଲ ମିଡ଼ିଆରେ ମନୋଜ ମିଶ୍ର ବାରମ୍ବାର ମନ୍ତବ୍ୟ ଦେଉଛନ୍ତି। ନିଜର ବ୍ୟକ୍ତିଗତ ଓ ରାଜନୈତିକ ଉଦ୍ଦେଶ୍ୟ ରଖି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ମନୋଜ ବଦନାମ କରୁଛନ୍ତି ବୋଲି କହିଛନ୍ତି ବରିଷ୍ଠ ଫିଲ୍ମ ନିର୍ଦ୍ଦେଶକମାନେ ଅଭିଯୋଗ କରିଛନ୍ତି। ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ବସନ୍ତ ସାହୁ, ତାପସ ସରଘରିଆ, ବବି ଇସଲାମ୍ଙ୍କ ଭଳି ଅନେକ ନିର୍ଦ୍ଦେଶକ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ୍ ଘଟଣାର ତଦନ୍ତ କରୁଛି।
Comments ସମସ୍ତ ମତାମତ 0