ବୟସ ହିସାବରେ ମହିଳାଙ୍କ ଲାଗି ଭିନ୍ନ ଭିନ୍ନ ଭିଟାମିନର ଆବଶ୍ୟକତା ରହିଥାଏ । ଏହାସହିତ ପୁରୁଷଙ୍କ ତୁଳନାରେ ମହିଳାମାନଙ୍କୁ ଅଧିକ ପୋଷଣର ଆବଶ୍ୟକତା ଥାଏ । ଏକ ସୁସ୍ଥ ଡାଏଟରେ ସମସ୍ତ ପ୍ରକାର ପୋଷଣ ମହିଳାମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମହିଳାଙ୍କ ଶରୀରରେ ଅନେକ ପ୍ରକାର ପରିବର୍ତ୍ତନ ହେଉଥିବାରୁ ସେମାନେ ସୁସ୍ଥ ରହିବା ପାଇଁ ଏକ ସ୍ୱତନ୍ତ୍ର ଭିଟାମିନର ଆବଶ୍ୟକତା ରହିଛି । ଏହି ଭିଟାମିନକୁ ସଠିକ୍ ମାତ୍ରାରେ ଖାଇଲେ ମହିଳାଙ୍କ ସ୍ୱାସ୍ଥ୍ୟ ଭଲ ରହିବା ସହ ହାଡ ମଜବୁତ ହୋଇଥାଏ । ଆସନ୍ତୁ ଜାଣିବା ମହିଳାଙ୍କ ଲାଗି କେଉଁ ସବୁ ଭିଟାମିନ୍ ଜରୁରୀ ।
ଭିଟାମିନ୍-ବି ୧୨:
ସ୍ନାୟୁପ୍ରଣାଳୀରେ ସଠିକ୍ କାର୍ୟ୍ୟ ଏବଂ ଲୋହିତ ରକ୍ତ କଣିକା ଗଠନ ପାଇଁ ଭିଟାମିନ୍ ବି ୧୨ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଶରୀରରେ ଏହାର ଅଭାବ ହେତୁ ଥକାପଣ, ଦୁର୍ବଳତା ଓ ରକ୍ତହୀନତା ଭଳି ସମସ୍ୟା ଦେଖା ଦେଇଥାଏ । ଗର୍ଭାବସ୍ଥାରେ ମହିଳାମାନଙ୍କୁ ଅଧିକ ଭିଟାମିନ୍ ବି ୧୨ର ଆବଶ୍ୟକତା ରହିଛି । ମାଂସ, ମାଛ, ଅଣ୍ଡା ଏବଂ ଦୁଗ୍ଧ ଜାତ ଖାଦ୍ୟରୁ ଏହି ଭିଟାମିନ ମିଳିଥାଏ ।
ଭିଟାମିନ୍ ଡି :
ଭିଟାମିନ୍ ଡି ହାଡକୁ ମଜବୁତ କରିବାରେ ସାହାଯ୍ୟ କରେ । ବିଶେଷ କରି ମେନୋପାଞ୍ଜ ସମୟରେ ହରମୋନ ପରିବର୍ତ୍ତନ ହେବା ଯୋଗୁ ହାଡ ଦୁର୍ବଳ ହୋଇଥାଏ । ଯାହା ଅଷ୍ଟିଓପୋରୋସିସ୍ ଭଳି ସମସ୍ୟାର ଆଶଙ୍କା ବଢାଇଥାଏ । ଭିଟାମିନ୍ ଡି ର ଅଭାବ ହାଡକୁ ଦୁର୍ବଳ କରିପାରେ । ଭିଟାମିନ୍ ଡି ର ଅଭାବ ପାଇଁ ସକାଳର ପହିଲି ସୂର୍ୟ୍ୟକିରଣରେ ବାହାରେ ବୁଲିବା ସହ ମାଛ ତେଲ ଏବଂ କ୍ଷୀରକୁ ଖାଦ୍ୟରେ ସାମିଲ କରନ୍ତୁ ।
ଭିଟାମିନ୍ କେ :
ପୁରୁଷଙ୍କ ତୁଳନାରେ ମହିଳାଙ୍କର ହୃଦଘାତ ଓ ଅନ୍ୟାନ୍ୟ ହୃଦ ରୋଗରେ ଅଧିକ ମୃତ୍ୟୁ ହୋଇଥାଏ । ଭିଟାମିନ୍ କେ ହୃଦ ରୋଗର ଆଶଙ୍କାକୁ କମ୍ କରିଥାଏ ଏବଂ ସୁସ୍ଥ ରଖିଥାଏ । ଏଥିପାଇଁ ପ୍ରତ୍ୟେକ ମହିଳା ନିଜ ଖାଦ୍ୟରେ ଭିଟାମିନ୍ କେ କୁ ସାମିଲ କରିବା ନିହାତି ଆବଶ୍ୟକ । ଭିଟାମିନ୍ କେ ପାଇଁ ଆପଣ ସବୁଜ ପନିପରିବା ଖାଇପାରିବେ । ଯେପରିକି ପାଳଙ୍ଗ, ବ୍ରୋକଲି, କୋବି । ମାଛ,ମାଂସ ଏବଂ ଅଣ୍ଡାରେ ମଧ୍ୟ ଭିଟାମିନ୍ କେ ରହିଥାଏ ।
କ୍ୟାଲସିୟମ :
ଉହିଳାଙ୍କ ପାଇଁ କ୍ୟାଲସିୟମ ଅତ୍ୟନ୍ତ ଆବଶ୍ୟକ । ବିଶେଷ କରି ଗର୍ଭାବସ୍ଥାରେ ଏହା ଅତ୍ୟନ୍ତ ଜରୁରୀ ହୋଇଥାଏ । ଏହା ଅଷ୍ଟିଓପୋରୋସିସ୍ ଭଳି ରୋଗରୁ ଆପଣଙ୍କୁ ରକ୍ଷା କରିଥାଏ । ଗର୍ଭାବସ୍ଥାରେ କ୍ୟାଲସିୟମ ଗର୍ଭସ୍ଥ ଶିଶୁର ହାଡର ବିକାଶ ପାଇଁ ମଧ୍ୟ ଆବଶ୍ୟକ ହୋଇଥାଏ । କ୍ଷୀର, ଦହି, ପନିର ଏବଂ ସବୁଜ ପନିପରିବା ଖାଇବା ଦ୍ୱାରା ଆମ ଶରୀରକୁ କ୍ୟାଲସିୟମ ମିଳିଥାଏ ।
Comments ସମସ୍ତ ମତାମତ 0