Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ରସାୟନ ବିଜ୍ଞାନରେ ୩ ବୈଜ୍ଞାନିକଙ୍କୁ ନୋବେଲ

    Share on :
    ajab-Image
    Date: Oct 10, 2024    Views: 5083

    ନୂଆଦିଲ୍ଲୀ:  ରସାୟନ ବିଜ୍ଞାନରେ ୨୦୨୪ ପାଇଁ ୩ ବିଶିଷ୍ଟ ବୈଜ୍ଞାନିକଙ୍କୁ ମିଳିଛି ନୋବେଲ ପୁରସ୍କାର। ଏହି ୩ ବୈଜ୍ଞାନିକ ହେଲେ ଡେଭିଡ ବେକର, ଡେମିସ ହାସାବିସ ଏବଂ ଜନ ଏମ. ଜମ୍ପର। କମ୍ପ୍ୟୁଟେସନାଲ ପ୍ରୋଟିନ ଡିଜାଇନ ପାଇଁ ବେକରଙ୍କୁ ପୁରସ୍କାର ମିଳିଥିବାବେଳେ ହାସାବିସ ଏବଂ ଜମ୍ପରଙ୍କୁ ପ୍ରୋଟିନ ଗଠନ ପ୍ରାଣାଳୀର ପୂର୍ବାନୁମାନ(ପ୍ରୋଟିନ ଷ୍ଟ୍ରକ୍ଚର ପ୍ରେଡିକ୍ସନ) କ୍ଷେତ୍ରରେ ପୁରସ୍କାର ପ୍ରଦାନ କରାଯାଇଛି। ବୁଧବାର ରୟାଲ ସ୍ଵିଡିଶ ଏକାଡେମୀ ଅଫ ସାଇନ୍‌ସେସ୍‌ର ନୋବେଲ କମିଟି ପକ୍ଷରୁ ଏହି ୩ ବୈଜ୍ଞାନିକଙ୍କ ନାମ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ଗତ ମଙ୍ଗଳବାର ପଦାର୍ଥ ବିଜ୍ଞାନରେ ୨ ଜଣ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ସେମାନେ ହେଲେ ଜନ୍‌ ହୋପଫିଲ୍ଡ ଏବଂ ଜିଓଫ୍ରେ  ହିଣ୍ଟନ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook