Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଭାରତ ଏକ ଆଇକନ୍ ହରାଇଛି: ରାଷ୍ଟ୍ରପତି

    Share on :
    ajab-Image
    Date: Oct 10, 2024    Views: 5713

    ନୂଆଦିଲ୍ଲୀ: ରତନ ଟାଟାଙ୍କ ବିୟୋଗରେ ସାରା ଦେଶ ଆଜି ନୀରବ ହୋଇ ଯାଇଛି। ବିଜନେସ ଟାଇକୋନ ରତନ ଟାଟାଙ୍କ ଦେହାନ୍ତରେ ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ଆଜି ଦିନିକିଆ ଶୋକ ପାଳନ କରଯିବ ।  ଟାଟା ସନ୍ସର ଅଧ୍ୟକ୍ଷ ରତନ ଟାଟାଙ୍କ ଦେହାନ୍ତରେ ସବୁଠି ଶୋକର ଛାୟା ଖେଳିଯାଇଛି। ଶୋକ ପ୍ରକାଶ କରି ରାଷ୍ଟ୍ରପତି କହିଛନ୍ତି ଭାରତ ଏକ ଆଇକନ୍ ହରାଇଛି। ଦେଶ ପାଇଁ ତାଙ୍କ ଅବଦାନ ଅମୂଲ୍ୟ ଅଟେ। ସେହିପରି ଉପରାଷ୍ଟ୍ରପତି ଏକ୍ସରେ କହିଛନ୍ତି ଆତ୍ମ ନିର୍ଭରଶୀଳ ଭାରତ ଗଠନରେ ତାଙ୍କ ଅବଦାନ ଭାରତ ତଥା ବାହାରେ ଉଦ୍ୟୋଗୀ ମାନଙ୍କ ପାଇଁ ସବୁ ଦିନ ପାଇଁ ପ୍ରେରଣା ହୋଇ ରହିବ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ରତନ ଟାଟା ଜଣେ ଦୂରଦ୍ରଷ୍ଟା ସମ୍ପନ୍ନ, ଦୟାଳୁ ଆତ୍ମା ସହ ଜଣେ ସାଧାରଣ ମଣିଷ ଥିଲେ। ସେ ଥିଲେ ସହୃଦୟ ଓ ଦରଦୀ ମଣିଷ । ମୁଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ତାଙ୍କୁ ବାରମ୍ବାର ଭେଟିଛି। ସେପଟେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟପାଳ ରଘୁବର ଦାସ  ମଧ୍ୟ ସୋସିଆଲ ମିଡିଆ ଏକ୍ସରେ ଶୋକ ବାର୍ତ୍ତା ଜଣାଇଛନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook