Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ହରିୟାଣାରେ ମୁଖ୍ୟମନ୍ତ୍ରୀ ନାଏବ ସିଂହ ସୈନୀ ବିଜୟୀ

    Share on :
    ajab-Image
    Date: Oct 8, 2024    Views: 5331

    ନୂଆଦିଲ୍ଲୀ:  ଚାଲିଛି ହରିୟାଣା ସମେତ ଜମ୍ମୁ କାଶ୍ମୀରର ଭୋଟ ଗଣତି ପ୍ରକ୍ରିୟା । ଏହାରି ମଧ୍ୟରେ ଧିରେଧିରେ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି। ହରିୟାଣାରେ ବିଜେପି ପୁଣି ସରକାରକୁ ଫେରୁଥିବାବେଳେ  ଏନସି ଓ କଂଗ୍ରେସ ମେଣ୍ଟ ଜମ୍ମୁ-କାଶ୍ମୀରରେ ସରକାର କରୁଛି। ଏହାରି ମଧ୍ୟରେ  ହରିୟାଣାର ଲଡୱା ଆସନରେ ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନାଏବ ସିଂ ସୈନୀ। ତେବେ ହରିୟାଣା ବିଧାନସଭା ନିର୍ବାଚନରେ ବାଜିମାତ କରିଛି ବିଜେପି। ୯୦ ଆସନ ବିଶିଷ୍ଟ ବିଧାନସଭା ଆସନରେ ବିଜେପି ଏଠାରେ ମ୍ୟାଜିକ୍‌‌ ନମ୍ବର ପାର କରିଛି। ବର୍ତ୍ତମାନ ସୁଦ୍ଧା ବିଜେପି ୪୯ସିଟରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୩୬ଟି ସିଟରେ ଆଗୁଆ ଓ ଅନ୍ୟ ସ୍ୱାଧୀନ ଦଳ ୬ଟି ଆସନରେ ଆଗୁଆ ରହିଛନ୍ତି। ତେବେ ବିଜେପି ଏଠାରେ ବିଜୟୀ ହୋଇଥିବା ବେଳେ ନାଏବ ସିଂହ ସୈନୀ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ କି ନାହିଁ ତାହା ଦଳ ନିଷ୍ପତି ନେବ ବୋଲି କୁହାଯାଇଛି।

    Maximum 500 characters

    ତାଜା ଖବର View all

    Find Us on Facebook