Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଜମ୍ମୁ-କାଶ୍ମୀର: ଗୋଟିଏ ଆସନ ଜିତିଲା ଆପ୍‌

    Share on :
    ajab-Image
    Date: Oct 8, 2024    Views: 5355

    ନୂଆଦିଲ୍ଲୀ: ଚାଲିଛି ହରିୟାଣା ସମେତ ଜମ୍ମୁ କାଶ୍ମୀରର ଭୋଟ ଗଣତି ପ୍ରକ୍ରିୟା । ଏହାରି ମଧ୍ୟରେ ଧିରେଧିରେ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି। ହରିୟାଣାରେ ବିଜେପି ପୁଣି ସରକାରକୁ ଫେରୁଥିବାବେଳେ  ଏନସି ଓ କଂଗ୍ରେସ ମେଣ୍ଟ ଜମ୍ମୁ-କାଶ୍ମୀରରେ ସରକାର କରୁଛି। ଏହାରି ମଧ୍ୟରେ ଜମ୍ମୁ-କାଶ୍ମୀରରେ ଆପ ସରପ୍ରାଇଜ କରିଛି। ଗୋଟିଏ ଆସନ ଜିତିଛି। ଡୋଡାରୁ ବିଜୟୀ ହୋଇଛନ୍ତି ଆପ ପ୍ରାର୍ଥୀ ମେହରାଜ ମଲିକ। ସେ ଭାରତୀୟ ଜନତା ପାର୍ଟି ଗଜୟା ସିଂହ ରାଣାଙ୍କ ଠାରୁ ୪ ହଜାର ୭୭୦ ଖଣ୍ଡ ଭୋଟରେ ଜିତିଛନ୍ତି । ମେହରାଜ ମଲ୍ଲିକ ୨୨ ହଜାର ୯୪୪ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ଗଜୟା ସିଂହ ରାଣାଙ୍କୁ ୧୮ ହଜାର ୧୭୪ ଖଣ୍ଡ ଭୋଟ ମିଳିଛି।

    ୯୦ ଆସନ ବିଶିଷ୍ଟ ଜାମ୍ମୁ-କଶ୍ମୀର ବିଧାନସଭାରେ ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଚମକାଇ ଦେଇଛି। ଗଣତି ଅନୁସାରେ ଏଠାରେ ବିଜେପିକୁ କଡା ଟକ୍କର ଦେଇ ଏନସି ଓ କଂଗ୍ରେସ ମେଣ୍ଟ ଆଗୁଆ ରହିଛି। ଏନସି ଓ କଂଗ୍ରେସ ମେଣ୍ଟ ୪୬ ସିଟରେ ଆଗୁଆ ରହିଥିବା ବେଳେ ବିଜେପି ୨୯ ସିଟରେ ଓ ପିଡିପି ୪ ଟି ସିଟରେ ଆଗୁଆ ରହିଛି।  ସ୍ବାଧୀନପ୍ରାର୍ଥୀ ୧୧ ଟି ସିଟରେ ଆଗୁଆ ରହିଥିବା ବେଳେ ଗୋଟିଏ ଆସନରେ ଆପ ବିଜୟୀ ଲାଭ କରିଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook