Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବିଦ୍ୟୁତ୍‌ ତାର ଖସି ପଡ଼ିବାରୁ ୬ ଜଣ ଜଳି ଗଲେ

    Share on :
    ajab-Image
    Date: Oct 8, 2024    Views: 5671

    ନୂଆଦିଲ୍ଲୀ: ରାଜସ୍ଥାନର କରୌଲି ଜିଲ୍ଲାରେ ଏକ ବଡ଼ ଅଘଟଣ ଘଟିଛି। ଉଚ୍ଚ କ୍ଷମତା ସମ୍ପନ୍ନ ଏକ ବିଦ୍ୟୁତ୍‌ ତାର ଏକ ଟ୍ରାକ୍ଟର ଉପରେ ଖସି ପଡ଼ିବାରୁ ଏକ ପରିବାରର ୬ ଜଣ ଜଳି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ପତିପତ୍ନୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।  ପରିବାରର ୬ ସଦସ୍ୟ ଟ୍ରାକ୍ଟର ଯୋଗେ ନିଜ କ୍ଷେତକୁ କାମ କରିବାକୁ ଯାଉଥିଲେ। ସେଠାରୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି। ଅମରାପୁରା ନିକଟରେ ୧୧ କେଭି ଲାଇନ୍‌ ତାର ହଠାତ୍‌ ଟ୍ରାକ୍ଟର ଉପରେ ପଡ଼ି ଯାଇଥିଲା। ଫଳରେ ପରିବାରର ସମସ୍ତ ସଦସ୍ୟ ଜଳି ଯାଇଥିଲେ। ଏହାଦେଖି ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ପତିପତ୍ନୀ ସୋନୁ ବେରବା ଓ ନୀରଜଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ୪ ଜଣଙ୍କ ଚିକିତ୍ସା ଚାଲିଛି। ତେବେ ସେମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ଗୁରୁତରଙ୍କ ମଧ୍ୟରେ ଛୋଟ ଛୁଆ ବି ଥିବା ଜଣାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଲାଗି ରହିଛି। ଉକ୍ତ ୧୧ କେଭି ବିଦ୍ୟୁତ୍‌ ତାର ଓହଳି ଥିବା ବେଳେ ତାହାକୁ ଠିକ୍‌ କରିବାକୁ ଗ୍ରାମବାସୀ ବହୁ ଥର ବିଦ୍ୟୁତ୍‌ ବିଭାଗ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମାତ୍ର ବିଦ୍ୟୁତ୍‌ ବିଭାଗ ଅଧିକାରୀଙ୍କ ଖାମଖିଆଲିପଣ ଯୋଗୁ ଏତେ ବଡ଼ ଅଘଟଣ ଘଟିଗଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଉକ୍ତ ସମୟରେ ହରିୟାଣାର କୃଶି ମନ୍ତ୍ରୀ ଡା.କିରୋଡି ଲାଲ ମିଣା ଘଟଣାସ୍ଥଳରୁ ଅଳ୍ପ ଦୂରରେ ଥିଲେ। ସେ ଶୋଭାଯାତ୍ରାରେ ଆସୁଥିବା ବେଳେ ଆଉ କିଛି ସମୟ ପୂର୍ବରୁ ଆସିଥିଲେ ବିଦ୍ୟୁତ୍‌ ତାର ତାଙ୍କ ଶୋଭାଯାତ୍ରା ଉପରେ ପଡ଼ିଥାନ୍ତା ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook