Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ହରିୟାଣାରେ ମ୍ୟାଜିକ ନମ୍ବର ପାର କଲା ବିଜେପି

    Share on :
    ajab-Image
    Date: Oct 8, 2024    Views: 5431

    ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନରେ ଫଳାଫଳା ଧୀରେ ଧୀରେ ଆସୁଛି। ତେବେ ଏହାରି ଭିତରେ ବଡ ଖବର ହେଉଛି ବିଜେପି ଏଠାରେ ମ୍ୟାଜିକ୍‌‌ ନମ୍ବର ପାର କରିଛି। ବିଜେପି ୪୯ସିଟରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୩୫ସିଟରେ ଆଗୁଆ ଓ ଅନ୍ୟ ସ୍ୱାଧୀନ ଦଳ ୬ଟି ଆସନରେ ଆଗୁଆ ରହିଛନ୍ତି। ହରିୟାଣାରେ ବିଜେପିର ମୁଖ୍ୟମନ୍ତ୍ରୀ ନାଏବ ସିଂହ ସୈନୀ ଆଗୁଆ ରହିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡା ମଧ୍ୟ ଆଗୁଆ ରହିଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ କୁସ୍ତିଯୋଦ୍ଧା ବିନେଶ ଫୋଗତ ଜୁଲାନାରେ ଆଗୁଆ ରହିଛନ୍ତି।ସାତଟି ଏକଜିଟ୍ ପୋଲର ପୂର୍ବ ଆକଳନ କରିଥିଲେ ଯେ କଂଗ୍ରେସ ହରିୟାଣାରେ ସରକାର ଗଢ଼ିବା।ଏକଜିଟ ପୋଲ୍ ଆକଳନ ଅନୁସାରେ, ହରିୟାଣର ୯୦ ଆସନରୁ କଂଗ୍ରେସ ମ୍ୟାଜିକ୍ ନଂ ୪୫ରୁ ୧୦ଟି ଆସନ ଅଧିକା ପାଇ ଅର୍ଥାତ୍ ୫୫ ଆସନ ସହ ସରକାର ଗଢିବ ଏବଂ ବିଜେପିକୁ ୨୬ଟି ଆସନ ମିଳିବ। ସେପଟେ, ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସଇନି ବିଜେପି ସରକାର ଗଢ଼ିବ ବୋଲି ଦାବି କରିଛନ୍ତି। ଦଳ ରାଜ୍ୟରେେ ତୃତୀୟ ଥର ପାଇଁ ସରକାର ଗଢ଼ିବ ବୋଲି ସେ ଆତ୍ମବିଶ୍ୱାସ ପ୍ରକଟ କରିଛନ୍ତି। 

    Maximum 500 characters

    ଦେଶ ବିଦେଶ View all

    Find Us on Facebook