Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଲାଲୁଙ୍କ ପରିବାରକୁ ଜାମିନ

    Share on :
    ajab-Image
    Date: Oct 7, 2024    Views: 5922

    ନୂଆଦିଲ୍ଲୀ: ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଲାଲୁ ଯାଦବ ପରିବାରକୁ ଦିଲ୍ଲୀ କୋର୍ଟରୁ ବଡ଼ ଆଶ୍ଵସ୍ତି ମିଳିଛି। ରାଉଜ୍ ଆଭେନ୍ୟୁ କୋର୍ଟ ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଲାଲୁ ପରିବାରକୁ  ଜାମିନ ପ୍ରଦାନ କରିଛନ୍ତି। ସୋମବାର ଲାଲୁ ପରିବାର ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ ପୂର୍ବାହ୍ନ  ୧୦ଟାରେ ହାଜର ହୋଇଥିଲେ। ଲାଲୁ ଯାଦବ, ତାଙ୍କ ପୁଅ ତେଜସ୍ୱୀ ଯାଦବ ଏବଂ ତେଜପ୍ରତାପ ଯାଦବ ଅଦାଲତରେ ହାଜର ହୋଇଥିଲେ।
    ଲାଲୁ ଯାଦବଙ୍କ ସମେତ ସମସ୍ତ ୯ ଅଭିଯୁକ୍ତଙ୍କୁ ଜାମିନ ମିଳିଛି। ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସମସ୍ତଙ୍କୁ ନିଜ ପାସପୋର୍ଟ ଜମା କରିବାକୁ ପଡ଼ିବ, ଏବଂ ବିନା ଅନୁମତିରେ ଯାତ୍ରା କରିବେ ନାହିଁ। ଏହା ସହିତ ସମସ୍ତଙ୍କୁ ଚାର୍ଜସିଟର ଏକ କପି ଦେବାକୁ କୁହାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୫ରେ ହେବ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook