Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଏୟାର ଶୋ' ବେଳେ ଅଘଟଣ, ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

    Share on :
    ajab-Image
    Date: Oct 7, 2024    Views: 5700

    ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଏୟାର ଶୋ' ବେଳେ ଅଘଟଣ। ଟଳି ପଡ଼ିଲେ ଶୋ' ଦେଖିବାକୁ ଆସିଥିବା ୫ ପର୍ୟ୍ୟଟକ। ରବିବାର ଭାରତୀୟ ବାୟୁସେନାର ୯୨ତମ ବାର୍ଷିକୀ ଅବସରରେ ଚେନ୍ନାଇର ମରିନା ବିଚ୍‌ରେ ଏୟାର ଶୋ' ଆୟୋଜନ ହୋଇଥିଲା। ତେବେ ଶୋ' ଦେଖିବାକୁ ଆସିଥିବା ୫ ଜଣ ପର୍ୟ୍ୟଟକଙ୍କ ମୃତ୍ୟୁ ହୋଇଛି। ସେହିପରି ୨୩୦ ଜଣ ଅସୁସ୍ଥ ହୋଇପଡିଛନ୍ତି।

    ରବିବାର ବାୟୁସେନାର ଏୟାର ଶୋ' ଦେଖିବାକୁ ଚେନ୍ନାଇର ମରିନା ବିଚ୍‌ରେ ଲକ୍ଷ ଲକ୍ଷ ପର୍ୟ୍ୟଟକ ଭିଡ ଜମାଇଥିଲେ। ଏହି ସମୟରେ ପ୍ରବଳ ଗୁଳୁଗୁଳୁ ଗରମ ହେଉଥିଲା। ଡିହାଇଡ୍ରେସନ ଯୋଗୁ ଗତକାଲି ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଜି ଆଉ ୨ ଜଣ ଆଖି ବୁଜିଛନ୍ତି। ସେହିପରି ୨୩୦ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହିଟ୍‌ ଷ୍ଟ୍ରୋକ ଯୋଗୁ ଏମାନଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି।ସୂଚନା ଅନୁଯାୟୀ, ୧୬ ଲକ୍ଷ ଲୋକଙ୍କୁ ଏକାଠି କରି ଲିମକା ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ନାମ ପଞ୍ଜୀକରଣ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଏୟାର ଶୋ’ ସକାଳ ୧୧ ଟାରୁ ଆରମ୍ଭ ହୋଇଥିଳା। ଏହା ଦିନ ୧ ଟା ପର୍ୟ୍ୟନ୍ତ ଜାରି ରହିଥିଲା। ଏଥିପାଇଁ ସକାଳ ୮ ଟା ସୁଦ୍ଧା ହଜାର ହଜାର ଲୋକ ପ୍ରବଳ ଖରାରେ ଏକାଠି ହୋଇଥିଲେ। ତେବେ କାର୍ୟ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ହିଁ ଅନେକ ବୟସ୍କ ବ୍ୟକ୍ତି ପ୍ରବଳ ଗରମ ହେତୁ ଚେତାଶୂନ୍ୟ ହୋଇପଡିଥିଲେ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook