Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଲ୍ୟାଣ୍ଡମାଇନ୍ ବିସ୍ଫୋରଣ: ୨ ଯବାନ ସହିଦ

    Share on :
    ajab-Image
    Date: Jul 18, 2024    Views: 5885

    ଛତିଶଗଡ: ଛତିଶଗଡରେ ନକ୍ସଲଙ୍କ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ। ଏଥିରେ ଦୁଇ ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ବିଜାପୁର ଜିଲ୍ଲା ତାରେମ୍ ଥାନା ମାଣ୍ଡିମାର୍କା ଜିଲ୍ଲାରେ ବିସ୍ଫୋରଣ ହୋଇଛି। ସିଆରପିଏଫ୍ ଓ ଡିଆରଜି ଯବାନଙ୍କ କମ୍ବିଂ ବେଳେ ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ୪ ଜଣ ଯବାନ ଗୁରୁତର ହୋଇଛନ୍ତି । ସେମାନଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି।  ଗତ କିଛି ଦିନ ହେବ ପୁଲିସ୍ ର ଘନ ଘନ ଅପରେସନ୍ ମାଓବାଦୀଙ୍କୁ ଏକ ଶକ୍ତ ଝଟକା ଦେଇଛି। ତେଣୁ ମାଓବାଦୀମାନେ ପୁଲିସ୍କୁ ଟାର୍ଗେଟ୍ କରିବା ପାଇଁ ଏଭଳି ରଣନୀତି କରିଥିବା ଜଣାପଡିଛି। ସେପଟେ ବୁଧବାର ମହାରାଷ୍ଟ୍ର ଗଡଚିରୋଲିରେ ମଧ୍ୟ ବଡ ଧରଣର ମାଓ ଏନକାଉଣ୍ଟର ହୋଇଥିଲା। ଏଥିରେ ୧୨ଜଣ ମାଓବାଦୀ ନିହତ ହୋଇଥିଲେ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook