Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୨୫ ବର୍ଷ ଶାସନ ପାଇଁ ରୋଡମ୍ୟାପ

    Share on :
    ajab-Image
    Date: Jul 17, 2024    Views: 5224

    ଭୁବନେଶ୍ୱର: ଆଗାମୀ ୫ ବର୍ଷ ନୁହେଁ, ୨୫ ବର୍ଷ ପାଇଁ ଓଡ଼ିଶାରେ ବିଜେପି ସରକାର ଶାସନ କରିବା ପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଜେପି । ଆସନ୍ତା ୧୯ ଓ ୨୦ ତାରିଖରେ ରାଜ୍ୟ ବିଜେପିର କାର୍ୟ୍ୟକାରିଣୀ ବୈଠକ ହେବାକୁ ଥିବା ବେଳେ ଏହାପୂର୍ବରୁ ଏଭଳି କହିଛନ୍ତି ଓଡ଼ିଶା ବିଜେପିର ସହପ୍ରହାରୀ ଲତା ଉସେଣ୍ଡି । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେ ଏଭଳି କହିଛନ୍ତି । 

    ଲତା ଉସେଣ୍ଡି କହିଛନ୍ତି, ସରକାର ଗଠନ ହେବା ପରେ ପ୍ରଥମ ଥର ପାଇଁ ପୁରୀରେ କାର୍ୟ୍ୟକାରିଣୀ ବୈଠକ ହେବାକୁ ଯାଉଛି । ଜଗନ୍ନାଥ ଆମକୁ ଆଶୀର୍ବାଦ କରିଛନ୍ତି ଓଡ଼ିଶାରେ ସେବା କରିବା ପାଇଁ ।ତାଙ୍କ ସାନିଧ୍ୟ ପାଇ ସରକାରକୁ ଆସିଥିବାରୁ ଧନ୍ୟବାଦ୍ ଦେବା ପାଇଁ ଜଗନ୍ନାଥଙ୍କ ଭୂମି ପୁରୀରେ କାର୍ୟ୍ୟକାରିଣୀ ହେଉଛି ବୋଲି ସେ କହିଛନ୍ତି । କେନ୍ଦ୍ର ଓ ରାଜ୍ୟର ସମସ୍ତ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ଆମର କର୍ତ୍ତବ୍ୟ । ଏହି କାର୍ୟ୍ୟକାରିଣୀ ତାର ମାଧ୍ୟମ ସାଜିବ । ଓଡ଼ିଶାବାସୀ ଯେମିତି ଚାହୁଁଛନ୍ତି ସେମିତି ବିକାଶ କରିବ ବିଜେପି ସରକାର । ଓଡ଼ିଶାବାସୀଙ୍କ ଅନୁଯାୟୀ ସରକାର ଚାଲିବ । ସରକାର ସହ ସଙ୍ଗଠନକୁ ମଧ୍ୟ ଗୁରୁତ୍ୱ ଦିଆଯିବ । ବିଜେପିରେ ନିରନ୍ତର ଭାବରେ ସଙ୍ଗଠନ କାମ ଚାଲେ । ଯାହାକୁ ତୃଣମୂଳସ୍ତରରେ ଆହୁରି ତ୍ୱରାନ୍ୱିତ କରାଯିବ ବୋଲି ଲତା କହିଛନ୍ତି ।

    ପ୍ରକାଶ ଯେ ଆସନ୍ତା ୧୯ ଓ ୨୦ ତାରିଖରେ ବିଜେପିର ରାଜ୍ୟ ପରିବର୍ଦ୍ଧିତ କାର୍ୟ୍ୟକାରିଣୀ। ପୁରୀ ବଳିଆପଣ୍ଡାରେ ବୈଠକକୁ ଉଦଘାଟନ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା। କେନ୍ଦ୍ରରେ ତୃତୀୟ ଥର ମୋଦି ସରକାର ଓ ଓଡ଼ିଶାରେ ପ୍ରଥମ ଥର ବିଜେପି ସରକାର ଗଠନ ପରେ ରାଜ୍ୟ ପରିବର୍ଦ୍ଧିତ କାର୍ୟ୍ୟକାରିଣୀ ବୈଠକ ବସୁଛି। ୧୯ ତାରିଖ ସକାଳ ସାଢ଼େ ୧୦ଟାରେ ପଦାଧିକାରୀ ବୈଠକ ବସିବ। ଅପରାହ୍ନ ସାଢ଼େ ୨ଟାରେ ଉଦଘାଟିତ ହେବ କାର୍ୟ୍ୟକାରିଣୀ। ୨୦ ତାରିଖ ସନ୍ଧ୍ୟା ପର୍ୟ୍ୟନ୍ତ ଚାଲିବ ପରିବର୍ଦ୍ଧିତ କାର୍ୟ୍ୟକାରିଣୀ। ବୈଠକରେ ମୁଖ୍ୟମନ୍ତ୍ରୀ, ସବୁ ମନ୍ତ୍ରୀ, ସାଂସଦ, ବିଧାୟକ, କେନ୍ଦ୍ର ମନ୍ତ୍ରୀଙ୍କ ସମେତ ନିର୍ବାଚନ ଦାୟିତ୍ୱରେ ଥିବା ବିଧାନସଭା ଓ ଲୋକସଭା ସଂଯୋଜକ, ଜିଲ୍ଲା ସଭାପତି, ସାଧାରଣ ସଂପାଦକ, ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ, ସମସ୍ତ ମୋର୍ଚ୍ଚା ସଭାପତି ପ୍ରମୁଖ ଉପସ୍ଥିତ ରହିବେ। ଏମାନଙ୍କ ବ୍ୟତୀତ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି ବି ଉପସ୍ଥିତ ରହିବେ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook