Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ସରକାରଙ୍କୁ ତେରେଛା ବାଣ ମାରିଲେ ସୁର

    Share on :
    ajab-Image
    Date: Jul 17, 2024    Views: 5287

    ଭୁବନେଶ୍ବର: : ପୁରୀ ରାଜଭବନରେ ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ଓ ତାଙ୍କ ସ‌ହଯୋଗୀମାନେ ଏଏସ୍‌ଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ମାଡ଼ ମାରିବା ଘଟଣା ଜଟିଳ ରୂପ ନେଉଛି। ଏହି ଘଟଣାରେ ରାଜ୍ୟପାଳଙ୍କ ପୁଅ ବିରୋଧରେ ପୁଲିସ୍‌ କାର୍ୟ୍ୟାନୁଷ୍ଠାନ ଗ୍ରହଣ ନକରିବା ଓ ଏଏସ୍‌ଓଙ୍କୁ ‌ରାଜଭବନରୁ ବଦଳି କରାଯିବାକୁ ନେଇ ବିବାଦ ବଢ଼ୁଛି। ‘ଓଡ଼ିଆ ଅସ୍ମିତା’ କଥା ଉଠାଇ ବିରୋଧୀ  ସରକାରଙ୍କୁ ଘେରିଛନ୍ତି। ଏଏସ୍‌‌ଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାକୁ ନେଇ ବରିଷ୍ଠ ରାଜନେତା ସୁରେଶ କୁମାର ରାଉତରାୟ ବର୍ଷିଛନ୍ତି। ତୁରନ୍ତ ରାଜ୍ୟପାଳ ପୁଅଙ୍କ ଗିରଫ କରାଯାଉ ବୋଲି ସେ କହିଛନ୍ତି। ରାଜ୍ୟପାଳ ନିଜେ ନିଜ ପଦ ମର୍ୟ୍ୟାଦା ରଖନ୍ତୁ। କାରଣ ସଭିଙ୍କ ପାଇଁ ଆଇନ ସମାନ। ତେଣୁ ସେ ଆଉ ଏତେ ତଳକୁ ନ ଯାଅନ୍ତୁ। ଓଡ଼ିଶାବାସୀ ଚୁପ୍ ରହିବେ ନାହିଁ। ଏମିତି କହି ରାଜ୍ୟ ସରକାରଙ୍କୁ ତେରେଛା ବାଣ ମାରିଛନ୍ତି ବରିଷ୍ଠ ରାଜେନେତା ସୁରେଶ କୁମାର ରାଉତରାୟ। କହିଲେ ମୋହନ ସରକାରଙ୍କ ଏ କି ନୀତି । ଯିଏ ମାଡ଼ ଖାଇବ ସେ ନ୍ୟାୟ ପାଇବା ବଦଳରେ ବଦଳି ହେବ। ଏ କ’ଣ ଲୋକଙ୍କ ସରକାର ବୋଲି ପ୍ରଶ୍ନ କରିଛନ୍ତି ସୁରେଶ ରାଉତରାୟ।

    Maximum 500 characters

    ତାଜା ଖବର View all

    Find Us on Facebook