Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କରୋନା ପରେ ଏବେ ଆସିଲା ନୂଆ ଭୂତାଣୁ

    Share on :
    ajab-Image
    Date: Jul 15, 2024    Views: 6062

    ନୂଆଦିଲ୍ଲୀ: କରୋନା ପରେ ଗୁଜୁରାଟରେ ଆତଙ୍କ ଖେଳାଇଛି ଆଉ ଏକ ନୂଆ ଭୂତାଣୁ । ଚାନ୍ଦିପୁରା ଭୂତାଣୁ ନାମକ ଅଜଣା ଭାଇରସ୍‍ ଆତଙ୍କରେ ଦୁଇ ଦିନରେ ୫ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସାବରକାଣ୍ଠା ସିଭିଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଙ୍କ ମୃତ୍ୟୁ ହୋଇଛି । ତେବେ ଏହି ଭାଇରସ୍‍ ଗୁଜରାଟର ସାବରକଣ୍ଠା ଓ ଅରାବଲି ଜିଲାରେ ଚିହ୍ନଟ ହୋଇଛି । ନୂଆ ଭୂତାଣୁ ଆତଙ୍କ ଖେଳାଇଥିବାରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଶିଶୁଙ୍କଠାରେ ଦେଖାଦେଇଥିବା ଭୂତାଣୁର ନମୁନା ପୁଣେ ଲ୍ୟାବକୁ ଯାଞ୍ଚ ପାଇଁ ପଠାଯାଇଛି । ସୂଚନା ଅନୁଯାୟୀ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ଶିଶୁଙ୍କ ମସ୍ତିଷ୍କରେ କିଛି ଲାଲ ଭଳି (ଆଲର୍ଜି)ଲକ୍ଷଣ ଦେଖାଦେଇଥିଲା । ଶିଶୁଙ୍କଠାରେ ଦେଖା ଦେଇଥିବା ଲକ୍ଷଣ ଗୁଡିକରୁ ୬ଟି ନମୁନା ପୁଣେ ଲ୍ୟାବକୁ ପଠାଯାଇଛି । ଏବେ ଯାଞ୍ଚ ରିପୋର୍ଟକୁ ଅପେକ୍ଷା କରାଯାଇଛି । ସେପଟେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଭୂତାଣୁକୁ ନେଇ ସର୍ଭେ ଆରମ୍ଭ ହୋଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook