Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଭୟଙ୍କର ସଡ଼କ ଦୁର୍ଘଟଣା:୬ମୃତ

    Share on :
    ajab-Image
    Date: Jul 15, 2024    Views: 6146

    ନୂଆଦିଲ୍ଲୀ: ଗୁଜରାଟର ଆନନ୍ଦ ଜିଲ୍ଲାରେ ଆଜି ଭୋରରୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଟାୟାର ପମ୍ପଚର ହେବାରୁ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ବସ୍‌କୁ ଏକ ଟ୍ରକ୍‌ ପିଟିବାରୁ ଚାଲି ଯାଇଛି ୬ ଜୀବନ । ଏହି ଦୁର୍ଘଟଣାରେ ୮ ବସ୍‌ ଯାତ୍ରୀ ଗୁରୁତର ହୋଇଛନ୍ତି। ବସ୍‌ଟି ମହାରାଷ୍ଟ୍ରରୁ ରାଜସ୍ଥାନ ଅଭିମୁଖେଳ ଯାଉଥିଲା। ଆଜି ଭୋର ପ୍ରାୟ ୪ଟା ପରେ ଚକା ପମ୍ପଚର ହେବାରୁ ଗାଡ଼ିଟି ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିଲା। ଉକ୍ତ ସମୟରେ ବସ୍‌ ଡ୍ରାଇଭର,ହେଲପର ଓ କିଛି ଯାତ୍ରୀ ବସ୍‌ ବାହାରେ ଛିଡ଼ା ହୋଇଥିଲେ।ଉକ୍ତ ସମୟରେ ଦ୍ରୁତ ଗତିରେ ମାଡ଼ି ଆସୁଥିବା ଏକ ଟ୍ରକ୍‌ ପଛରୁ ବସ୍‌କୁ ପିଟିଥିଲା। ଫଳରେ ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା।ତୁରନ୍ତ ଖବର ପାଇ ପୁଲିସ୍‌ ଟିମ୍‌, ଅଗ୍ନିଶମ ବାହିନୀ ଓ ହାଇୱେ ପାଟ୍ରୋଲିଂ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ଅନ୍ୟ ଗୁରୁତରଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଉ ୩ ଯାତ୍ରୀ ଆଖି ବୁଜିଥିଲେ। ଏହି ଦୁର୍ଘଟଣାରେ ୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook