Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଟ୍ରମ୍ପଙ୍କୁ ଗୁଳି

    Share on :
    ajab-Image
    Date: Jul 14, 2024    Views: 5820

    ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆକ୍ରମଣ  । ଡୋଲାଲ୍ଡ ଟ୍ରମ୍ପଙ୍କ ଡାହଣ କାନରେ ଗୁଳି ବାଜିଛି । ବହୁ ଚତୁରତାର ସହ ଆକ୍ରମଣ କରାଯାଇଥିଲେ ବି ଭାଗ୍ୟବସତଃ ଟ୍ରମ୍ପ ଏହି ଆକ୍ରମଣରୁ ବଞ୍ଚିଯାଇଛନ୍ତି । ପେନସିଲଭାନିଆର ବଟଲରରେ ସଭାରେ ଗୁଳି ଫୁଟିଥିଲା । ଟ୍ରମ୍ପ ମଧ୍ୟ ଆହତ ହୋଇଛନ୍ତି । ତାଙ୍କ କାନ ଓ ଗାଲରୁ ରକ୍ତ ବୋହଥିବା ଦେଖିବାକୁ ମିଳିଛି ।ବଟଲର କାଉଣ୍ଟିର ଆଟର୍ଣ୍ଣି କହିଛନ୍ତି, ଗୁଳିମାରିଥିବା ବ୍ୟକ୍ତି ଓ ଅନ୍ୟ ଜଣେ ସଭାରେ ଯୋଗଦେଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ନିର୍ବାଚନ ଲଢ଼ୁଛନ୍ତି । ସେପଟେ ଜୋ ବାଇଡେନ ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ହୋଇଛନ୍ତି ।

    ସେପଟେ ସିକ୍ରେଟ୍ ସର୍ଭିସ ଅନୁସାରେ, ଟ୍ରମ୍ପଙ୍କ ଉପରେ ଆକ୍ରମଣ ପାଇଁ ବ୍ୟବହାର ହୋଇଥିଲା ଏଆର୍-୧୫ ରାଇଫଲ । ଏହା ଏକ ସେମି ଅଟୋମେଟିକ୍ ରାଇଫଲ ଅଟେ । ଗୁଳି ଚାଳନା କରିଥିବା ଅପରାଧୀ ଟ୍ରମ୍ପଙ୍କ ଷ୍ଟେଜଠାରୁ ମାତ୍ର ୪୦୦ ମିଟର ଦୁର ଏକ ବିଲ୍ଡିଂର ଛାତ ଉପରେ ଥିଲା । କୁହାଯାଉଛି କି, ସୁଟର ଜଣକ ପେନସିଲଭାନିଆର ଜଣେ ଯୁବକ ଥିଲା । ଯାହାକୁ ସିକ୍ରେଟ୍ ସର୍ଭିସ ଘଟଣାସ୍ଥଳରେ ହିଁ ତାକୁ ହତ୍ୟା କରାଯାଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook