Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଉପନିର୍ବାଚନ ଫଳାଫଳ; ପଶ୍ଚିମବଙ୍ଗରେ ଟିଏମସି ଆଗୁଆ

    Share on :
    ajab-Image
    Date: Jul 13, 2024    Views: 6675

    ନୂଆଦିଲ୍ଲୀ:  ୭ ରାଜ୍ୟର ୧୩ ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନ ଫଳ ଆଜି ପ୍ରକାଶ ପାଇବ । ଏଥିପାଇଁ ସକାଳ ୮ଟାରୁ ଭୋଟ ଗଣନା ଜାରି ରହିଛି । ଅପରାହ୍ନ ସୁଦ୍ଧା ଫଳାଫଳ ଘୋଷଣା ହେବା ନେଇ ଆଶା କରାଯାଉଛି । ଗତ ୧୦ ତାରିଖରେ ପଶ୍ଚିମବଙ୍ଗ, ବିହାର, ମଧ୍ୟପ୍ରଦେଶ, ତାମିଲନାଡୁ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଓ ପଞ୍ଜାବ ଆଦି ୭ ରାଜ୍ୟର ୧୩ ବିଧାନସଭା ଆସନରେ ଏହି ଉପନିର୍ବାଚନ ହୋଇଥିଲା । ଲୋକସଭା ନିର୍ବାଚନ ପରେ ଏହା ହେଲା ପ୍ରଥମ ବିଧାନସଭା ଉପନିର୍ବାଚନ, ଯେଉଁଥିରେ ଏନଡିଏ ଏବଂ ଇଣ୍ଡିଆ ମେଣ୍ଟ ମଧ୍ୟରେ କଡା ଟକ୍କର ହେଉଛି । ଏହି ଦୃଷ୍ଟିରୁ ୭ ରାଜ୍ୟର ଉପନିର୍ବାଚନ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି । ବେଙ୍ଗଲର ରାଇଗଞ୍ଜ, ରାଣାଘାଟ, ବାଗଦା ଓ ମାଣିକତାଲା ଆସନରେ ଭୋଟ ଗଣତି ଜାରି ରହିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ସମସ୍ତ ୪ଟି ଯାକ ଆସନରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଲିଡ୍ କରୁଛି ।
    ୨୦୨୪ ଲୋକସଭା ନିର୍ବାଚନ ପରେ ଏହି ୧୩ ଆସନରୁ କିଛି ଆସନ ଖାଲି ହୋଇଯାଇଥିଲା । ଅନେକ ବିଧାୟକ ଲୋକସଭା ନିର୍ବାଚନ ଲଢିବାକୁ ଇସ୍ତଫା ଦେଇଥିଲେ । ଆଉ କିଛି ଆସନରେ ବିଧାୟକଙ୍କ ଦେହାନ୍ତ କାରଣରୁ ଆସନ ଖାଲି ପଡିଥିଲା । ପଶ୍ଚିମବଙ୍ଗରେ ସର୍ବାଧିକ ୪ଟି ଆସନ, ହିମାଚଳ ପ୍ରଦେଶର ୩, ଉତ୍ତରାଖଣ୍ଡର ୨, ବିହାର, ତାମିଲନାଡୁ, ମଧ୍ୟପ୍ରଦେଶ ଓ ପଞ୍ଜାବରେ ଗୋଟିଏ ଲେଖାଏଁ ଆସନରେ ଉପନିର୍ବାଚନ ହୋଇଛି । ଏହି ୧୩ ଆସନରୁ ବିଜେପି ପାଖରେ ୩ଟି, କଂଗ୍ରେସ ୨ଟି, ଆପ୍, ଡିଏମକେ, ଟିଏମସି, ବିଏସପିର ଗୋଟିଏ ଲେଖାଏଁ ଆସନ ରହିଥିବା ବେଳେ ୩ ଜଣ ନିର୍ଦ୍ଦଳୀୟ ବିଧାୟକ ରହିଥିଲେ ।

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook