Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଏନକାଉଣ୍ଟରରେ ୩ ଅଭିଯୁକ୍ତ ସଫା

    Share on :
    ajab-Image
    Date: Jul 13, 2024    Views: 6140

    ନୂଆଦିଲ୍ଲୀ: ପଶ୍ଚିମ ଦିଲ୍ଲୀର ରଜୌରୀ ଗାର୍ଡେନ୍‌ରେ ଥିବା ବର୍ଗର କିଙ୍ଗ ଆଉଟ୍‌ଲେଟ୍‌ରେ ଗତ ଜୁନ୍‌ ମାସରେ ହୋଇଥିବା ଫାୟାରିଂ ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ସମ୍ପୃକ୍ତ ୩ ଅଭିଯୁକ୍ତ ଗତକାଲି ଏନକାଉଣ୍ଟରରେ ସଫା ହୋଇଛନ୍ତି। ହରିୟାଣାର ସୋନିପଥର ଖରଖୋଦା ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଛି। ଦିଲ୍ଲୀ ପୁଲିସ୍‌ କ୍ରାଇମ ବ୍ରାଞ୍ଚ ଓ ହରିୟାଣାର ଏସଟିଏଫ ପକ୍ଷରୁ ହୋଇଥିବା ଜଏଣ୍ଟ ଅପରେସନରେ ଏହି ଏନକାଉଣ୍ଟର ହୋଇଥିବା ଜଣାଯାଇଛି। ମୃତକମାନେ ହେଲେ ୨୪ ବର୍ଷୀୟ ଲାଲୁ, ୨୩ ବର୍ଷୀୟ ସନି ଖରାର ଓ ଭିକି ରିଧାନା। ଦିଲ୍ଲୀ ଓ ହରିୟାଣା ପୁଲିସ୍‌ ପକ୍ଷରୁ ସେମାନଙ୍କ ମୁଣ୍ଡ ଉପରେ ଲକ୍ଷେ ଟଙ୍କା ଲେଖାଏଁର ପୁରୁସ୍କାର ରାଶି ଘୋଷଣା କରାଯାଇଥିଲ। ।ଏହି ସମସ୍ତ ୩ ଜଣ ମୋଷ୍ଟ ୱାଣ୍ଡେଡ ଗ୍ୟାଙ୍ଗଷ୍ଟାର ହିମାଂଶୁ ଭାଉଙ୍କ ଶୁଟର ଥିଲେ। ଆମେରିକାରେ ଥିବା ହିଂମାଶୁଙ୍କ ନାଁରେ ରେଡ କର୍ଣ୍ଣର ନୋଟିସ ଜାରି ହୋଇଥିଲେ ବି ସେ ଫେରାର ରହି ନିଜ ଅପରାଧିକ ଦୁନିଆକୁ ସକ୍ରିୟ ରଖିବାରେ ସକ୍ଷମ ହୋଇଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook