Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଅମ୍ବାନି ପରିବାରର ବିବାହ ସମ୍ପନ୍ନ

    Share on :
    ajab-Image
    Date: Jul 13, 2024    Views: 6951

    ନୂଆଦିଲ୍ଲୀ: ଦେଶର ବହୁଚର୍ଚ୍ଚିତ ଅମ୍ବାନି ପରିବାରର ବିବାହ ସମ୍ପନ୍ନ ହୋଇଛି। ଭାରତର ଏକ ନମ୍ବର ଧନୀ ମୁକେଶ ଅମ୍ବାନିଙ୍କ ସାନ ପୁଅ ଅନନ୍ତ ଅମ୍ବାନିଙ୍କ ସହ ରାଧିକା ମର୍ଚାଣ୍ଟଙ୍କ ବିବାହ ବହୁ ଆଡମ୍ବର ସହ ଗତକାଲି ସମ୍ପନ୍ନ ହୋଇଛି।  ମୁମ୍ବାଇର ଜିଓ ୱାର୍ଲଡ୍ କନଭେନ୍ସନ୍ ସେଣ୍ଟରେ ଅନୁଷ୍ଠିତ ଏହି ଗ୍ରାଣ୍ଡ ବିବାହ ସମାରୋହରେ ଦେଶବିଦେଶର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମାଗମ ହୋଇଥିଲା। ଏଥିସହ ଦୁନିଆର ସବୁଠୁ ବ୍ୟୟ ବହୁଳ ବିବାହ ଉତ୍ସବ ଶେଷ ହୋଇଛି। ଚର୍ଚ୍ଚା ହେଉଛି, ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଉତ୍ସବ ପାଇଁ ଖର୍ଚ୍ଚ ହୋଇଛି ପ୍ରାୟ ୩ରୁ ୫ ହଜାର କୋଟି ଟଙ୍କା ।ନିଜ ବିବାହ ଉତ୍ସବରେ ଅନନ୍ତ ଅମ୍ବାନୀ ଗୋଲଡେନ କଲରର ଶେରୱାନୀ ପିନ୍ଧିଥିବା ବେଳେ ରାଧିକା ଲାଲ ଓ କ୍ରିମ୍‌ ରଙ୍ଗର ଗୁଜରାଟୀ ଲେହେଙ୍ଗା ପିନ୍ଧିଥିଲେ। ଏହା ରାଧିକାଙ୍କୁ ରୟାଲ ଲୁକ୍‌ ଦେଉଥିବା ବେଳେ ସେ ପରୀଠୁ କମ୍‌ ଲାଗୁ ନ ଥିଲେ।ଅନନ୍ତ- ରାଧିକାଙ୍କ ବିବାହ ଉତ୍ସବରେ ରାଜନୀତିଠାରୁ ଆରମ୍ଭ କରି ସିନେମା, କ୍ରୀଡ଼ା, ସଙ୍ଗୀତ ଓ ବ୍ୟବସାୟ ଜଗତର ଅନେକ ବିଶିଷ୍ଟ ଚେହେରାଙ୍କୁ ଦେଖିବାକୁ ମିଳିଛି। ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର, ଡବ୍ଲୁଡବ୍ଲୁଇ ତାରକା ଜନ୍ ସିନା, ବଲିଉଡ୍ ଜଗତର ଅମିତାଭ ବଚ୍ଚନ ଓ ତାଙ୍କ ପରିବାର ସଦସ୍ୟ, ସଲମାନ୍ ଖାନ୍, ଶାହରୁଖ ଖାନ୍, ଗୌରୀ ଖାନ୍, ରଣବୀର କପୁର, ଆଲିଆ ଭଟ୍ଟ, ପ୍ରିୟଙ୍କା ଚୋପ୍ରା, ନିକ୍ ଜୋନାସ୍, ମାଧୁରୀ ଦିକ୍ଷୀତ, ଦକ୍ଷିଣ ଭାରତୀୟ ସୁପରଷ୍ଟାର ମହେଶ ବାବୁ, କିମ୍ କର୍ଦାସିଆନ୍, ଆୟୁଷ ଶର୍ମା, ଜ୍ୟାକି ଶ୍ରଫ୍, କ୍ରିକେଟ୍ ତାରକା ମହେନ୍ଦ୍ର ସିଂହ ଧୋନି, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଚର୍ଚ୍ଚିତ ଚେହେରା ବିବାହରେ ଯୋଗ ଦେଇଥିଲେ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook