Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଲୋମହର୍ଷଣକାରୀ: ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିବା ପରେ ହତ୍ୟା

    Share on :
    ajab-Image
    Date: Jul 12, 2024    Views: 6840

    ଅମରାବତୀ: ଆନ୍ଧ୍ରପ୍ରଦେଶ ନନ୍ଦୟାଲା ଜିଲ୍ଲାରେ ଏକ  ଚାଞ୍ଚଲ୍ୟକର ଘଟଣା ଘଟିଛି । ଜଣେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ ସ୍କୁଲରେ ପଢୁଥିବା ୩ ଜଣ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ର ଗଣଦୁଷ୍କର୍ମ କରିବା ପରେ ହତ୍ୟା କରିଛନ୍ତି । ଝିଅଟିକୁ ମାରି ସେମାନେ ପାଖ କେନାଲରେ ଭସାଇ ଦେଇଥିବାବେଳେ ଏ ଯାଏଁ ମୃତଦେହ ମିଳିପାରି ନାହିଁ । ମୃତ ଛାତ୍ରୀ ଏବଂ ଅଭିଯୁକ୍ତ ଛାତ୍ରମାନେ ଗୋଟିଏ ସ୍କୁଲର । ଛାତ୍ରୀଙ୍କ ବୟସ ୮ ବର୍ଷ ହୋଇଥିବାବେଳେ ଦୁଇ ଅଭିଯୁକ୍ତଙ୍କ ବୟସ ୧୨ ଏବଂ ତୃତୀୟ ଅଭିଯୁକ୍ତର ବୟସ ୧୩ ବର୍ଷ ବୋଲି ଜଣାପଡିଛି ।
    ଗତ ୭ ତାରିଖ ଅର୍ଥାତ ରବିବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିଲା । ସେହିଦିନଠୁ ତୃତୀୟ ଶ୍ରେଣୀ ଛାତ୍ରୀ ଜଣକ ନିଖୋଜ ଥିଲେ । ଝିଅଟି ନିକଟସ୍ଥ ମୁଚୁମାରି ପାର୍କରେ ଖେଳୁଥିଲା । ହେଲେ ଆଉ ଘରକୁ ଫେରିନଥିଲେ । ଏନେଇ ବାପା ସ୍ଥାନୀୟ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଖୋଜାଖୋଜି ଆରମ୍ଭ କରିଥିଲା । ପୋଲିସ ସନ୍ଧାନୀ କୁକୁର ସହାୟତାରେ ଅଭିଯୁକ୍ତ ୩ ଛାତ୍ରଙ୍କ ନିକଟରେ ପହଞ୍ଚିଥିଲା । ସେମାନଙ୍କ ପଚରାଉଚରା କରିବାରୁ ସମସ୍ତେ ନିଜର ଦୋଷ ସ୍ବୀକାର କରିଥିଲେ ।
    ଅଭିଯୁକ୍ତ ଛାତ୍ରମାନେ କହିଥିଲେ ଯେ, ନାବାଳିକା ଖେଳୁଥିବା ବେଳେ ସେମାନେ ତାକୁ ଏକ ନିଛାଟିଆ ସ୍ଥାନକୁ ନେଇଯାଇଥିଲେ । ସେଠାରେ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ । କାଳେ ଏକଥା ଝିଅଟି କାହାକୁ କହିଦେବ ସେହି ଭୟରେ ସେମାନେ ତାଙ୍କୁ ହତ୍ୟା କରି ପାଖ କେନାଲରେ ଫିଙ୍ଗି ଦେଇଥିଲେ ।ଏବେ ଯାଏଁ ଦୁଷ୍କର୍ମ ପୀଡିତା ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇନାହିଁ । ପୋଲିସ ଓ ଏନଡିଆରଏଫ ଟିମ୍ କେନାଲରେ ସର୍ଚ୍ଚ ଅପରେସନ ଜାରି ରଖିଛି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook