Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପତି-ପତ୍ନୀଙ୍କ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନ

    Share on :
    ajab-Image
    Date: Jul 11, 2024    Views: 5257

    ନୂଆଦିଲ୍ଲୀ:  ପତି-ପତ୍ନୀଙ୍କ ସମ୍ପର୍କକୁ ନେଇ ବଡ଼ ବୟାନ ଦେଇଛନ୍ତି ସୁପ୍ରିମକୋର୍ଟ। ଗୃହିଣୀଙ୍କୁ ସ୍ବାମୀ ଆର୍ଥିକ ସ୍ତରରେ ନିଶ୍ଚିତ ଭାବେ ସଶକ୍ତ କରିବାର ଆବଶ୍ୟକତା ରହିଛି। ଗୃହିଣୀ ପରିବାରର ଆୟ ନେଇ ଅବଗତ ହେବା ଦରକାର। ପରିବାର ଆର୍ଥିକ ଅଭିବୃଦ୍ଧି ପାଇଁ ଗୃହିଣୀ ବହୁତ କିଛି ତ୍ୟାଗ କରିଥାଏ ବୋଲି ଜଷ୍ଟିସ୍ ବିଭି ନାଗରତ୍ନ ଏବଂ ଅଗଷ୍ଟିନକ ଗାର୍ଗେ କହିଛନ୍ତି।
    କୋର୍ଟ କହିଛନ୍ତି ଭାରତୀୟ ଗୃହିଣୀମାନେ ମାସିକ ଆୟକୁ ନେଇ କେବେବି ପରିବାର ସହ ଝଗଡ଼ା କରନ୍ତି ନାହିଁ। ବରଂ ସେହି ଆୟରୁ ସେମାନେ କିଛି ସଞ୍ଚୟ କରିବାକୁ ଚେଷ୍ଟା କରିଥାନ୍ତି। ଏପରିକି ନିଜ ଖର୍ଚ୍ଚରୁ ମଧ୍ୟ ଗୃହିଣୀ ଘରର ଭବିଷ୍ୟତ ପାଇଁ ସଞ୍ଚୟ କରିଥାନ୍ତି। କିନ୍ତୁ ଅଧିକାଂଶ ବିବାହିତ ପୁରୁଷ ଏହା ବୁଝିପାରନ୍ତି ନାହିଁ। କିଛି ସ୍ବାମୀ ଏହା ମଧ୍ୟ ଜାଣିନଥାନ୍ତି ଯେ ତାଙ୍କ ପତ୍ନୀ କେବଳ ଆବେଗପୂର୍ଣ୍ଣ ଭାବେ ନୁହେଁ ଆର୍ଥିକ ସ୍ତରରେ ମଧ୍ୟ ତାଙ୍କ ଉପରେ ନିର୍ଭରଶୀଳ। ଗୃହିଣୀଙ୍କର ନିଜସ୍ବ ଆୟ ନଥିବାରୁ ତେଣୁ ବିବାହିତ ପୁରୁଷମାନେ ତାଙ୍କୁ ଆର୍ଥିକ ସ୍ତରରେ ସଶକ୍ତ କରିବାରର ଆବଶ୍ୟକତା ରହିଛି। ପତ୍ନିଙ୍କୁ ଭରଣପୋଷଣ ଦେବା ପାଇଁ ତେଲେଙ୍ଗାନା ହାଇକୋର୍ଟ ଦେଇଥିବା ରାୟ ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ମହମ୍ମଦ ସମାଦ। ମମଲାର ଶୁଶାଣି କରି କୋର୍ଟ ରାୟ ସଂରକ୍ଷିତ ରଖିବା ସହ ଏଭଳି ବୟାନ ଦେଇଛନ୍ତି।

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook