Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଆପ୍‌ରୁ ଇସ୍ତଫା ଦେଇଥିବା ୮ ବିଧାୟକ ବିଜେପିରେ ମିଶିଲେ

    Share on :
    ajab-Image
    Date: Feb 2, 2025    Views: 6602

    ନୂଆଦିଲ୍ଲୀ: ଆପ୍‌ରୁ ଇସ୍ତଫା ଦେଇଥିବା ୮ ଜଣ ବିଧାୟକ ଶନିବାର ବିଜେପିରେ ଯୋଗ ଦେଇଛନ୍ତି। ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ଓ ଦିଲ୍ଲୀ ଶାଖା ସଭାପତି ବୀରେନ୍ଦ୍ର ସଚଦେବାଙ୍କ ଉପସ୍ଥିତିରେ ଏହି ବିଧାୟକମାନେ ଦଳରେ ଯୋଗ ଦେଇଛନ୍ତି।

    ବିଜେପିରେ ଯୋଗ ଦେଇଥିବା ଏହି ବିଧାୟକମାନେ ହେଉଛନ୍ତି- ନରେଶ ଯାଦବ,ରୋହିତ କୁମାର ମେହରୌଲିଆ, ରାଜେଶ ଋଷି, ମଦନ ଲାଲ, ପବନ ଶର୍ମା, ଭାବନା ଗୌଡ଼, ବିଏସ୍‌ ଜୁନ ଓ ଗିରିଶ ସୋନି। 

    ଏହି ବିଧାୟକମାନଙ୍କୁ ଦଳକୁ ସ୍ୱାଗତ କରି ବୈଜୟନ୍ତ ପଣ୍ଡା କହିଥିଲେ ଯେ ଆଜି ହେଉଛି ଏକ ଐତିହାସିକ ଦିନ। ସେମାନେ (ବିଧାୟକମାନେ) ଆପ୍‌ଦା (ବିପର୍ୟ୍ୟୟ)ରୁ ନିଜକୁ ମୁକ୍ତ କରି ଦେଇଛନ୍ତି। ଫେବ୍ରୁଆରୀ ୫ ତାରିଖ ପରେ ଦିଲ୍ଲୀ ମଧ୍ୟ ଆପ୍‌ କବଳରୁ ମୁକ୍ତ ହୋଇଯିବ। 

    ଆପ୍‌ରୁ ଇସ୍ତଫା ଦେବା ପରେ ଏହି ବିଧାୟକମାନେ ବାଚସ୍ପତିଙ୍କୁ ମଧ୍ୟ ସେମାନଙ୍କ ଇସ୍ତଫାପତ୍ର ପଠାଇଥିଲେ ବୋଲି କହିଛନ୍ତି। ସେମାନଙ୍କ ସଭ୍ୟ ପଦ ତ୍ୟାଗ କରୁଥିବା ନେଇ ବାଚସ୍ପତିଙ୍କୁ ଜଣାଇଥିବା କହିଛନ୍ତି। 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook