Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଚିଲିକାରେ ଏବେ ବିଦେଶୀ ପକ୍ଷୀଙ୍କ ଭିଡ଼

    Share on :
    ajab-Image
    Date: Nov 3, 2023    Views: 10343

    ଟାଙ୍ଗୀ: ଶୀତ ଆସିଲେ ଚିଲିକାକୁ ବିଦେଶୀ ପକ୍ଷୀମାନଙ୍କର ଆଗମନ ହୋଇଥାଏ।  ଚିଲିକାରେ ଏବେ ବିଦେଶୀ ଅତିଥିଙ୍କର ଭିଡ଼ ଦେଖିବାକୁ ମିଳିଛି। ଶୀତ ଆରମ୍ଭ ହେଉଣୁ ଚିଲିକାକୁ ଆସିଲେଣି ୭୭ ପ୍ରଜାତିର ୭୪ ହଜାର ୩୨୨ ବିଦେଶୀ ପକ୍ଷୀ । ନଳବଣରେ ଅଛନ୍ତି ୭୭ ପ୍ରଜାତିର ୩୦ ହଜାର ୨୧୨ ପକ୍ଷୀ ।
    ସେଥି ମଧ୍ୟରୁ ୟୁରୋସିଆନ ଓଏଜିନ ୧୬ ହଜାର, ଗଡ଼ୱାଲ ୧୨ ହଜାର, ପିନଟେଲ ୧୦ ହଜାର, ଶୋଭଲର ୬ ହଜାର, କମନ କୁଟ ୧୦ ହଜାର, ଗ୍ରେଟ ଫ୍ଲେମିଙ୍ଗ ଗୋ ୧୬୦ ଗୋଟି, ରୁଡି ସେଲଡ଼କ ୭୦୦ ଓ ଆଇବିଶ ପ୍ରଜାତିର ୨ ହଜାର ବିଦେଶୀ ପକ୍ଷୀ ଥିବା ସୂଚନା ଦେଇଛନ୍ତି ବାଲୁଗାଁ ବନ୍ୟ ପ୍ରାଣୀ ବନଖଣ୍ଡ DFO  ଅମ୍ଲାନ ନାୟକ।ପକ୍ଷୀ ସୁରକ୍ଷା ପାଇଁ ୨୧ଟି ପକ୍ଷୀ ସୁରକ୍ଷା ଶିବିର ସହ ୪ ଘଣ୍ଟିଆ ପାଟ୍ରୋଲିଙ୍ଗ ବ୍ୟବସ୍ଥା କରାଯାଇଛି। 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook