Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଦିଲୀପ ରାୟଙ୍କୁ ଫସାଇବାକୁ ଉଦ୍ୟମ କରିଥିଲା ବିଜେପି, କାହିଁକି ଜାଣନ୍ତୁ ?

    Share on :
    ajab-Image
    Date: Jan 9, 2021    Views: 35664

    ଭୁବନେଶ୍ୱର : ନିକଟରେ କୋଇଲା ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଦିଲୀପ ରାୟ  । ହାଇକୋର୍ଟ ଜେଲ ଦଣ୍ଡରେ ବି ଦଣ୍ଡିତ କରିଥିଲେ । କିନ୍ତୁ ପରେ ଏହି ରାୟକୁ ଦିଲ୍ଲୀ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଥିଲେ  । ତେବେ ଏଭଳି କାହିଁକି ହୋଇଥିଲା ? ଦିଲୀପ ରାୟଙ୍କ ପୁରୁଣା କାହିଁକି ଖୋଲିଥିଲା  । ଦିଲୀପଙ୍କ ଜନ୍ମଦିନ ଅବକାଶରେ ଏନେଇ ତଥ୍ୟ ରଖିଛନ୍ତି ତାଙ୍କର ରାଜନୈତିକ ସଚିବ ଦୁର୍ଗା ପ୍ରସାଦ ମହାନ୍ତି  ।

    ଦିଲୀପଙ୍କ ରାଜନୈତିକ ସଚିବଙ୍କ ଆଲେଖ୍ୟ ଅନୁଯାୟୀ, ରାଉରକେଲାର ବିକାଶ ପାଇଁ ଦିଲୀପ ଯେଉଁ ଦାବି କରି ଆସୁଥିଲେ ତାହା ପୂରଣ ହୋଇନଥିଲା  । ତେଣୁ ସେ ପ୍ରଥମେ ବିଜେପିର ବିକାଶ ଉତ୍ସବକୁ ବର୍ଜନ କରିବା ସହ ଦଳ ବି ଛାଡ଼ିଥିଲେ  । ପରେ ସେ ନବୀନ ନିବାସ ଯାଇଥିଲେ  । ୨୦୧୯ ନିର୍ବାଚନ ବେଳେ ସେ ବିଦେଶ ଯିବା ପୂର୍ବରୁ ନିଜ ସମର୍ଥକମାନଙ୍କୁ ରାଉରକେଲାସ୍ଥିତ ‘କଲ୍ୟାଣୀ’କୁ ଡକାଇ  ଆଲୋଚନା କରିଥିଲେ  । ରାଉରକେଲା ବିକାଶରେ ବାଧା ଦେଉଥିବା ଦଳକୁ ଭୋଟ ନଦେବା ପାଇଁ ପରାମର୍ଶ ଦେଇଥିଲେ । ଯାହାକି କିଛି ଲୋକଙ୍କ ହଜମ ହୋଇନଥିଲା ବୋଲି ଶ୍ରୀ ମହାନ୍ତି କହିଛନ୍ତି  ।
    ତାଙ୍କର କହିବାନୁଯାୟୀ, ଦିଲୀପ ରାୟଙ୍କୁ ହରଡ଼ଘଣାରେ ପକାଇବା ପାଇଁ ୧୯୯୮ ମସିହାର ପୁରୁଣା ଫାଇଲ ଖୋଲାଯାଇଥିଲା । ଝାରଖଣ୍ଡର ଜଣେ ବିଜେପି ସାଂସଦ ଏମକେ ଅଗ୍ରୱାଲା କୋଇଲା ଖଣିର ପୁନରୁଦ୍ଧାର ପାଇଁ ଆବେଦନ କରିଥିଲେ । ଏସଂକ୍ରାନ୍ତୀୟ କାଗଜପତ୍ର ଉପରେ ଦିଲୀପ କେବଳ ପୁନଃ ପରୀକ୍ଷା କରାଯାଉ ବୋଲି ଲେଖିଥିଲେ  । କିନ୍ତୁ ଚକ୍ରାନ୍ତ କରାଯାଇ ୨୦ ବର୍ଷର ଫାଇଲକୁ ସିବିଆଇକୁ ଧରାଇ ଦେଇ ଫସାଇବା ପାଇଁ ଉଦ୍ୟମ କରାଯାଇଥିଲା  । ସିବିଆଇ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କଲେ । କିନ୍ତୁ ଏବେ ଦିଲ୍ଲୀ ହାଇକୋର୍ଟ ସିବିଆଇ କୋର୍ଟର ରାୟଙ୍କୁ ଅଗ୍ରାହ୍ୟ କରିଦେଇଛନ୍ତି  ।

    Maximum 500 characters

    ତାଜା ଖବର View all

    Find Us on Facebook