Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ସତ୍ୟଜିତ ବିଜେଡ଼ି ମିଡ଼ିଆ ପ୍ୟାନେଲିଷ୍ଟ

    Share on :
    ajab-Image
    Date: Aug 28, 2018    Views: 30953

    ଭୁବନେଶ୍ୱର : ଲୋକପି୍ରୟ ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କୁ ବିଜେଡ଼ି ପ୍ୟାନେଲିଷ୍ଟ ଭାବେ ନିଯୁକ୍ତ କରାଯାଇଛି  । ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଶ୍ରୀ ମିଶ୍ରଙ୍କ ସମେତ ସଂଜୟ ବାବୁ ଓ ଚକ୍ରଧର ଦାଶଙ୍କୁ ପ୍ୟାନେଲିଷ୍ଟ ଭାବେ ନିଯୁକ୍ତ କରିଛନ୍ତି  । 

    ସତ୍ୟଜିତ ଲୋକପ୍ରିୟ ସାକ୍ଷାତକାର କାର୍ଯ୍ୟକ୍ରମ ଖୋଲାକଥା ଫେମ ଭାବେ ବେଶ ପରିଚିତ ହାସଲ କରିଛନ୍ତି  । ସମ୍ବାଦରୁ ସାମ୍ବାଦିକତା ଆରମ୍ଭ କରିଥିବା ଶ୍ରୀ ମିଶ୍ର ଓଡ଼ିଶା ମିଡ଼ିଆର ଜଣେ ଜଣାଶୁଣା ନାମ  । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକ ସାକ୍ଷାତକାରକୁ ନେଇ ସେ ବେଶ ଚର୍ଚ୍ଚା ସୃଷ୍ଟି କରିଥିଲେ  । ଉକ୍ତ କାର୍ଯ୍ୟକ୍ରମ ପାଇଁ ସତ୍ୟଜିତଙ୍କ ଉପରେ ଧର୍ମେନ୍ଦ୍ର ବିଗିଡ଼ି ଯାଇଥିଲେ ବୋଲି ଶ୍ରୀ ମିଶ୍ର କହିଥିଲେ  । ଯେଉଁଥିପାଇଁ ସେ ଓଟିଭି ଛାଡ଼ିବାକୁ ବାଧ୍ୟ ହୋଇଥିଲେ  । ପରେପରେ ସେ ବିଜୁ ଜନତା ଦଳ ସହ ପରୋକ୍ଷ ଭାବେ ଯୋଡ଼ି ହୋଇଯାଇଥିଲେ  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ମଧ୍ୟ ସେ ପୂର୍ବରୁ ଆଲୋଚନା କରିଥିଲେ  । ସୋସିଆଲ ମିଡ଼ିଆ ଜରିଆରେ ସେ ବିଜେଡ଼ିର ଆଭିମୁଖ୍ୟକୁ ଉପସ୍ଥାପିତ କରି ଆସୁଥିବାବେଳେ ଏବେ ତାଙ୍କୁ ପ୍ୟାନେଲିଷ୍ଟ ଭାବେ ନିଯୁକ୍ତ କରାଯାଇଛି  । ଏନେଇ ଶ୍ରୀ ମିଶ୍ର ବିଜେଡ଼ି ସଭାପତିଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି  ।

    Maximum 500 characters

    ଅଧିକ ମତାମତ

    congratulation brother..

    Jyoti ranjan Das

    Aug 28, 2018

    supper bjd

    Basant kumar palai

    Aug 28, 2018

    ରାଜନୀତି View all

    Find Us on Facebook