ଭୁବନେଶ୍ୱର (ଓଡ଼ିଆ ସ୍ପଟ ନୁ୍ୟଜ) : ବିଜେଡ଼ିରୁ ପ୍ରଥମେ ନିଲମ୍ବିତ ହେବା ପରେ ଦଳ ଛାଡିଥିବା ବୈଜୟନ୍ତ ପଣ୍ଡା ନୂଆ ଦଳ ଗଢ଼ିବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ବିଜେପି ଦୁର୍ବଳ ହୋଇ ପଡ଼ିଥିବାରୁ ସେ ବିଜେପିରେ ଯୋଗ ନଦେଇ ନିଜର ଦଳ ଗଢ଼ିବେ ବୋଲି ଜାତୀୟ ଗଣମାଧ୍ୟମ ‘ସଣ୍ଡେଗାଡର଼୍ିଆନ୍’ରେ ଖବର ପ୍ରକାଶ ପାଇଛି ।
ପ୍ରକାଶିତ ରିପୋର୍ଟ ଅନୁଯାୟୀ ଯଦି ୨୦୧୯ରେ ବିଜେଡ଼ି ମ୍ୟାଜିକ ନମ୍ବର ଛୁଇଁ ନପାରେ ତେବେ ବିଜେଡ଼ିକୁ କ୍ଷମତାରୁ ହଟାଇବା ପାଇଁ ବିରୋଧୀଙ୍କ ମଧ୍ୟରେ ଏକ ମେଂଟ ହେବାର ସମ୍ଭାବନା ରହିଛି । ଯାହାର ନେତୃତ୍ୱ ବୈଜୟନ୍ତ ନେବେବୋଲି କୁହାଯାଉଛି । ଗତ କିଛିଦିନ ଧରି ଜାତୀୟ ଗଣମାଧ୍ୟମରେ ବୈଜୟନ୍ତଙ୍କର ପ୍ରାୟୋଜିତ ସାକ୍ଷାତକାର ମାନ ପ୍ରସାରିତ ଓ ପ୍ରକାଶିତ ହେଉଥିବା ଦେଖିବାକୁ ମିଳିଛି । ସେହିପରି ବେଶ୍ କିଛିଦିନ ଧରି ନୂଆଦିଲ୍ଲୀରେ ରହିଥିବା ବୈଜୟନ୍ତ ନିଜକୁ ଚର୍ଚ୍ଚାରେ ରଖିବା ପାଇଁ ଏମିତି ଗୁଗଲି ଛାଡ଼ୁଥିବା ମଧ୍ୟ ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି ।
ରିପୋର୍ଟରେ ଉଲ୍ଳେଖ ରହିଛିଯେ, ବିଜେଡ଼ି ଛାଡ଼ିବା ପରେ ଜୁନ୍ ଦ୍ୱିତୀୟ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଉପସ୍ଥିତିରେ ବୈଜୟନ୍ତ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ହେଉଥିଲା । ଏମିତିକି ତାଙ୍କୁ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମଧ୍ୟ କରାଯାଇଥା’ନ୍ତା ବୋଲି ନୂଆଦିଲ୍ଲୀରେ ଚର୍ଚ୍ଚା ହୋଇ ଆସୁଥିଲା । କିନ୍ତୁ ଏବେ ଏହି ଚର୍ଚ୍ଚା ଥମି ଯାଇଛି । ବିଜେପି ଯିବା ଅପେକ୍ଷା ସେ ନିଜେ ଏକ ଆଂଚଳିକ ଦଳ ଗଠନ ନେଇ ପ୍ରସ୍ତୁତ ହେଉଥିବା କୁହାଯାଉଛି । ଯାହାଫଳରେ ସେ ନବୀନ ବିରୋଧୀ ଭୋଟକୁ ସାଉଁଟିପାରିବେ । ବୈଜୟନ୍ତଙ୍କ ଆଂଚଳିକ ଦଳରେ ଦାମୋଦର ରାଉତ, ପ୍ରଫୁଲ୍ଲ ଘଡେ଼ଇ, ପଂଚାନନ କାନୁନଗୋ, ଅଲେଖ ଜେନା, ରାଜା ସ୍ୱାଇଁ, ବିଜୟ ମହାପାତ୍ର, ଦିଲ୍ଲୀପ ରାୟ, କୃଷ୍ଣଚନ୍ଦ୍ର ସଗରିଆ, ଖାରବେଳ ସ୍ୱାଇଁ, ବ୍ରଜ କିଶୋର ତ୍ରିପାଠୀଙ୍କ ଭଳି ନେତାମାନେ ସାମିଲ ହେବାର ସମ୍ଭାବନା ରହିଛି ବୋଲି ଉକ୍ତ ରିପୋର୍ଟରେ ଉଲ୍ଳେଖ ରହିଛି ।
ସୂଚନାଯୋଗ୍ୟଯେ, ବିଜେଡ଼ିରୁ ବିଦା ହେବା ପରେ ଅନେକ ପ୍ରଭାବଶାଳୀ ନେତା ନୂତନ ଆଂଚଳିକ ଦଳ ଗଠନ କରି ନବୀନଙ୍କୁ ମାତ୍ ଦେବା ପାଇଁ ପ୍ରୟାସ କରି ଆସିଛନ୍ତି । ତେବେ ବିଜୟ ମହାପାତ୍ର ‘ଓଡ଼ିଶା ଗଣ ପରିଷଦ’ ଗଢ଼ି ବିଫଳ ହୋଇଥିବାବେଳେ ପ୍ୟାରୀ ମୋହନ ମହାପାତ୍ର ‘ଓଡ଼ିଶା ଜନମୋର୍ଚ୍ଚା’ ଦଳ ଗଠନ କରି ଆଦୌ ସଫଳତା ପାଇନଥିଲେ । ତେଣୁ ବୈଜୟନ୍ତଙ୍କ ଏହି ଆଂଚଳିକ ଦଳ ମଧ୍ୟ ବିଫଳ ହେବବୋଲି ରାଜନୈତିକ ସମୀକ୍ଷକମାନେ ମତପୋଷଣ କରି ଆସିଛନ୍ତି । ଜଣେ ବରିଷ୍ଠ ନେତାଙ୍କ ମତରେ ନବୀନଙ୍କ ଲୋକପ୍ରିୟତା ଏବେବି ଓଡ଼ିଶାରେ ରହିଛି । ପଂଚାୟତ ନିର୍ବାଚନର ବିଫଳତାକୁ ଅନୁଶୀଳନ କରି ନବୀନ ମାଷ୍ଟର ପ୍ଲାନ୍ କରିଛନ୍ତି । ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବା ପରେ ବିଜେଡ଼ିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ନିଦ ହଜିଯାଇଛି । ଏମିତିକି କେନ୍ଦ୍ରର ମୋଦି ସରକାରଙ୍କୁ ମଧ୍ୟ ନବୀନ ଟକ୍କର ଦେବା ଆରମ୍ଭ କରିଛନ୍ତି । ଅର୍ଥାତ୍ ୨୦୧୯ରେ ବିଜେଡ଼ି ଏକାକୀ କ୍ଷମତା ଦଖଲ କରିବ ବୋଲି ନବୀନ ସ୍ଥିର ନିଶ୍ଚିତ ହୋଇ ସାରିଛନ୍ତି । ରିପୋର୍ଟରେ ଯେଉଁ ଯେଉଁ ନେତାମାନେ ନୂଆ ଆଂଚଳିକ ଦଳରେ ଯୋଗଦେବେ ବୋଲି ଉଲ୍ଳେଖ କରାଯାଇଛି ସେମାନଙ୍କ ମଧ୍ୟରୁ ଦୁଇ ତିନି ଜଣଙ୍କର ବିଜୟୀ ହେବାର ସମ୍ଭାବନା ଥିବାବେଳେ ଅନ୍ୟ ନେତାମାନଙ୍କର ଆଉ ଧାକ ନାହିଁ । ବରଂ ବୈଜୟନ୍ତ ବାଟ ନପାଇ ବାଉଳି ଚାଉଳି ହେବା ନିଶ୍ଚିତ ବୋଲି ସେ କହିଛନ୍ତି ।
Bjp re misijao kichhi labha hebani new dala gadhile
Welcome in new avatar
Comments ସମସ୍ତ ମତାମତ 29