ଭୁବନେଶ୍ୱର : ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଛନ୍ତି କେନ୍ଦ୍ରାପଡ଼ା ବିଜେଡ଼ି କର୍ମୀ । ଗଣେଶ୍ୱର ବେହେରାଙ୍କୁ ଦଳରେ ସାମିଲ ନକରିବାକୁ ବିଜେଡ଼ିର ଲୋକପ୍ରତିନିଧି, ଦଳୀୟ କର୍ମକର୍ତା ଓ କର୍ମୀମାନେ ଅନୁରୋଧ କରି ପତ୍ର ଲେଖିଛନ୍ତି । ଏହାର ଏକ ନକଲ ଓଡ଼ିଆ ସ୍ପଟ ନୁ୍ୟଜ ନିକଟରେ ପହଁଚିଛି । ଏମିତିକି ଗରେଶ୍ୱର ବେହେରା ବିଜେଡ଼ିକୁ ଗଲେ ବିଜେଡ଼ିର ବହୁ ପ୍ରଭାବଶାଳୀ ନେତା ଓ ପଂଚାୟତ ପ୍ରତିନିଧି ଦଳ ଛାଡ଼ିବେ ବୋଲି ଚେତାବନୀ ଦେବାକୁ ମଧ୍ୟ ପଛାଇ ନାହାନ୍ତି ।
ଉକ୍ତ ପତ୍ରରେ ଉଲ୍ଲେଖ କରାଯାଇଛିଯେ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଜନତା ଦଳରୁ ନେଇ ବିଜୁ ଜନତା ଦଳ ପର୍ଯ୍ୟନ୍ତ ସେମାନେ ଦଳ ପାଇଁ କାର୍ଯ୍ୟ କରି ଆସୁଛନ୍ତି । ବିଜେଡ଼ି ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ କଂଗ୍ରେସ ନେତା ଗଣେଶ୍ୱର ବେହେରା ଦୀର୍ଘ ୧୮ ବର୍ଷ ଧରି ବିରୋଧ କରି ଆସୁଛନ୍ତି । ୨୦୦୦ରୁ ଆଜି ପର୍ଯ୍ୟନ୍ତ ଅନୁଷ୍ଠିତ ସମସ୍ତ ନିର୍ବାଚନରେ ପରାଜିତ ହୋଇଥିବାବେଳେ କଂଗ୍ରେସ ଦଳର ଶୋଚନୀୟ ଅବସ୍ଥା ଦେଖି ବିଜେଡ଼ିରେ ସାମିଲ ହୋଇ କ୍ଷମତା ଦଖଲ କରିବାର ସ୍ୱପ୍ନ ଦେଖୁଛନ୍ତି । ଦୀର୍ଘ ୨୦ ବର୍ଷ ଧରି କଂଗ୍ରେସ ସହ ବିଭିନ୍ନ ପ୍ରସଙ୍ଗରେ ଲଢେ଼ଇ କରି ଆସିଥିବା ବିଜେଡ଼ି କର୍ମୀମାନେ ଏହି ଖବର ପାଇଁ ମାନସିକ ଆଘାତ ପାଇଛନ୍ତି । ଗଣେଶ୍ୱର ବେହେରାଙ୍କ ବିଜେଡ଼ିରେ ଯୋଗଦାନକୁ ତୃଣମୂଳସ୍ତରର କର୍ମୀମାନେ କଡ଼ା ବିରୋଧ ପାଇଁ ପ୍ରସ୍ତୁତ ହେଉଛନ୍ତି । କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀରେ ବିଜେଡ଼ି ସୁଦୃଢ଼ ସ୍ଥିତିରେ ରହିଥିବାବେଳେ କଂଗ୍ରେସ ଓ ବିଜେପି ଦଳରୁ ନେତାମାନଙ୍କୁ ଆଣି ସାମିଲ କଲେ ଦଳ ପାଇଁ ଘାତକ ସାବ୍ୟସ୍ତ ହେବ । ଗଣେଶ୍ୱର ବେହେରା ବିଜେଡ଼ିରେ ସାମିଲ ହେଲେ ଦଳର ବହୁ ପ୍ରଭାବଶାଳୀ ନେତା, ପଂଚାୟତ ପ୍ରତିନିଧି ଓ କର୍ମକର୍ତା ଦଳ ତ୍ୟାଗ କରିବାର ସମ୍ଭାବନା ରହିଛି ବୋଲି କେନ୍ଦ୍ରାପଡ଼ା ବିଜେଡ଼ି ପକ୍ଷରୁ ଚେତାବନୀ ଦିଆଯାଇଛି । ଗତ ମାର୍ଚ୍ଚ ୧୨ରୁ ଏହି ଅଭିଯାନ ଚାଲିଥିବାବେଳେ ହଜାର ହଜାର କର୍ମୀଙ୍କ ଦସ୍ତଖତ କରାଯାଇଥିବା ଜାଣିବାକୁ ମିଳିଛି ।
ଗଣେଷ ଭାଇ ବିଜେଡି କୁ ଯିବାର ନାହିଁ? ଯଦି ବି ଯାଆନ୍ତି କେନ୍ଦ୍ରାପଡା ବିଜେଡି ବହୁତ୍ ଶକ୍ତିଶାଳୀ ହେଇଯିବ? ତାର କାରଣ ମୂଳ କଗେଂସ ବତ୍ରମାନ ବିଜେଡି ରେ ଅଛନ୍ତି ?
ସଭାପତୀ କଂ ମତ଼
Comments ସମସ୍ତ ମତାମତ 4