ମୁଖ୍ୟ ଖବର
ନୂଆଦିଲ୍ଲୀ: ବିଜେପିରେ ମିଶିଲେ ଦେବାଶିଷ ସାମନ୍ତରାୟ । ଦିଲ୍ଲୀ ମୁଖ୍ୟାଳୟରେ ହେଲେ ସାମିଲ୍ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ । ଦେବାଶିଷଙ୍କ ସାମିଲ ବେଳେ ଉପସ୍ଥିତି ରହିଥିଲେ ଅରୁଣ ସିଂହ ଏବଂ ଓଡ଼ିଶା ପ୍ରଭାରୀ ବିଜୟ ପାଲ୍ ସିଂହ ତୋମାର । ଗତ କାଲି ବିଜେଡିରୁ ଇସ୍ତଫା ଦେଇଥିଲେ ଦେବାଶିଷ ସାମନ୍ତରାୟ । ସେ ତାଙ୍କର ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଥିଲେ । ପାର୍ଟି ଇସ୍ତଫା ଦେବା ସହିତ ରାଜ୍ୟସଭା ସାଂସଦ ପଦ ମଧ୍ୟ ଛାଡ଼ିଥିଲେ ।
୨୦୨୪ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ବିଜେଡି ପକ୍ଷରୁ ତାଙ୍କୁ ରାଜ୍ୟସଭା ପଠାଯାଇଥିଲା । ଏବେ ସାଂସଦ ପଦରୁ ଇସ୍ତଫା ଦେବା ପରେ ତାଙ୍କୁ ପୁଣି ଥରେ ବିଜେପି ତରଫରୁ ରାଜ୍ୟସଭା ସାଂସଦ ପ୍ରାର୍ଥୀ କରାଯିବାକୁ ପ୍ରତିଶ୍ରୁତି ମିଳିଥିବା ଜଣାପଡିଛି । ‘ଜଗନ୍ନାଥଙ୍କ ଦୟା ହେଲେ ପୁଣି ରାଜ୍ୟସଭାକୁ ଆସିବି, ଓଡ଼ିଶା ପାଇଁ ଅନେକ କିଛି କରିବାର ଅଛି ଓ ଓଡ଼ିଶାରେ ବିଜେପିକୁ ଆହୁରି ଶକ୍ତିଶାଳୀ କରିବାର ଅଛି’ ବୋଲି ଶ୍ରୀ ସାମନ୍ତରାୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ।
Comments ସମସ୍ତ ମତାମତ 0