Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଓଡିଶାରେ ବିଜେପିର ଡବଲ ଇଂଜିନ ସରକାର ପ୍ରତି ନୂଆପଡାବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇଛି

    Share on :
    ajab-Image
    Date: Nov 8, 2025    Views: 3361

    ନୂଆପଡା / ଭୁବନେଶ୍ୱର: ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡିଶା ସରକାର ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟ କରୁଛନ୍ତି । ଓଡିଶାରେ ମାତ୍ର ୧୬ ମାସ ଭିତରେ ବିଜେପି ସରକାର ନିଜେ ଦେଇଥିବା ୨୧ ଟି ପ୍ରତିଶୃତି ମଧ୍ୟରୁ ୧୧ ଟି ପୂରଣ ହୋଇସାରିଛି । ସୁଭଦ୍ରା ଯୋଜନାରେ ମାଁ ଓ ଭଉଣୀଙ୍କୁ ୫୦ ହଜାର ଟଙ୍କା ପ୍ରଦାନ ଏବଂ ଚାଷୀଙ୍କୁ ଧାନ କ୍ୱିଂଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ କରି ରାଜ୍ୟବାସୀଙ୍କ ଆସ୍ଥାଭାଜନ ହୋଇପାରିଛି ବିଜେପି ସରକାର । ଓଡିଶାରେ ବିଜେପିର ଡବଲ ଇଂଜିନ ସରକାର ପ୍ରତି ନୂଆପଡାବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇଛି । ଗତ ଦୁଇ ଦିନ ଧରି ନୂଆପଡାର ଜେଂଜରା, ଡୁମେରପାନି, ପରସଖୋଲ, ତନବତ୍ ଗାଁକୁ ପ୍ରଚାରରେ ଯାଇ ଅଂଚଳବାସୀଙ୍କ ବିଜେପି ପ୍ରତି ଅଦ୍ଭୁତପୂର୍ବ ସମର୍ଥନ ଏବଂ ସକରାତ୍ମକ ବାତାବରଣ ଦେଖିଛି ଏବଂ ବିଜେପି ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆ ବିପୁଳ ସଂଖ୍ୟାରେ ଭୋଟ ପାଇ ଜୟଲାଭ କରିବେ ବୋଲି ଛତିଶଗଡ ଉପମୁଖ୍ୟମନ୍ତ୍ରୀ ଶ୍ରୀ ଅରୁଣ ସାହୁ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
    ଆଜି ଜିଲ୍ଲା କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାହୁ କହିଛନ୍ତି ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନୀତି, ଆଦର୍ଶ ଓ କାର୍ଯ୍ୟକଳାପରେ ଅନୁପ୍ରାଣିତ ହୋଇ ବିଜେପି ପ୍ରାର୍ଥୀ ଯୁବଚେହେରା ଶ୍ରୀ ଜୟ ଢୋଲକିଆ ବିଜେପିରେ ଯୋଗଦାନ କରିଛନ୍ତି । କିଏ କେଉଁ ଦଳକୁ ପସନ୍ଦ କରିବ ତାହା ସମସ୍ତଙ୍କର ସ୍ୱାଧୀନତା ରହିଛି, କାହାର ଆପତ୍ତି ରହିବା କଥା ନୁହେଁ । ଅନ୍ୟ ପଟେ ରାଜନୀତିରେ ଅପଶବ୍ଦର ବ୍ୟବହାର ଓ ବ୍ୟକ୍ତିଗତ କଟାକ୍ଷ କରିବା ଅନୁଚିତ୍ । ବିପର୍ଯ୍ୟୟ ଓ ଆସନ୍ନ ପରାଜୟ କାରଣରୁ ବ୍ୟତିବ୍ୟସ୍ତ ହୋଇ ଆମ ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କ ଉଦେ୍ଧଶ୍ୟରେ ଅପଶବ୍ଦ ବ୍ୟବହାର କରି ବିଜେଡି ନେତାମାନେ ଶାଳିନତା ଭଙ୍ଗ କରିଛନ୍ତି ବୋଲି ଶ୍ରୀ ସାହୁ କହିଛନ୍ତି ।
    ଏହି ସାମ୍ବାଦିକ ସମ୍ମିଳନୀରେ ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ଧର୍ମପତ୍ନୀ କଳ୍ପନା ଢୋଲକିଆ ଓ ସାନଭାଇ ଅତୁଲ ଢୋଲକିଆ, ନୂଆପଡା ଜିଲ୍ଲା ସଭାପତି କମଳେଶ ଦିକ୍ଷିତ, ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ, ରାଜ୍ୟ ପ୍ରବକ୍ତା ମାନସ ରଞ୍ଜନ ବକ୍ସି ପ୍ରମୁଖ ଉପସ୍ଥିତ ଥିଲେ ।
    (ବିଜେପି ମିଡିଆ ସେଲ୍)

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook