Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ ହେବେ କଂଗ୍ରେସର ସାଧାରଣ ସମ୍ପାଦକ (ମିଡ଼ିଆ)

    Share on :
    ajab-Image
    Date: Jul 12, 2018    Views: 24752

    ଭୁବନେଶ୍ୱର : କଂଗ୍ରେସରେ ଯୋଗଦେବେ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ  । କଂଗ୍ରେସ ଅଳିନ୍ଦରେ ଏବେ ଏହି ଚର୍ଚ୍ଚା ଜୋର ଧରିଛି  । ଆସନ୍ତା ଜୁଲାଇ ୧୫ରେ ଓଡ଼ିଶା ଆସୁଛନ୍ତି ପ୍ରଭାରୀ ଜିତେନ୍ଦ୍ର ସିଂହ  । ତିନି ଦିନ ଧରି ଜିତେନ୍ଦ୍ର ଓଡ଼ିଶାରେ ରହି ୨୦୧୯ ପାଇଁ ଅଙ୍କ କଷିବେ  । ଏହି ଅବସରରେ ଓଡ଼ିଶାର ବିଶିଷ୍ଟ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ କଂଗ୍ରେସରେ ଯୋଗଦେବେ ବୋଲି କୁହାଯାଉଛି  । ତେବେ ଏନେଇ ପିସିସି କିମ୍ବା ସତ୍ୟ ପ୍ରକାଶଙ୍କ ତରଫରୁ କିଛି ସ୍ପଷ୍ଟ କରାଯାଇନାହିଁ  ।

    ସୂଚନାଯୋଗ୍ୟଯେ, ଗତ ମାର୍ଚ୍ଚରେ ନୂଆଦିଲ୍ଲୀରେ ଏଆଇସିସିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା  । ଯେଉଁଥିରେ ସବୁ ରାଜ୍ୟର ପିସିସି ସହ ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ  । ଏହି ଅବସରରେ ଅତିଥି ଗ୍ୟାଲେରୀରେ ସତ୍ୟ ପ୍ରକାଶଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା  । ତକôାଳୀନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ଏଆଇସିସିର କେତେକ ବରିଷ୍ଠ ନେତାମାନଙ୍କ ସହ ମଧ୍ୟ ସତ୍ୟ ପ୍ରକାଶ ଆଲୋଚନା କରିଥିଲେ  । ସେତେେବେଳ ସେ କଂଗ୍ରେସରେ ଯୋଗଦେଇ ମିଡ଼ିଆ ସେଲ ଦାୟିତ୍ୱରେ ରହିବେ ବୋଲି ଚର୍ଚ୍ଚା ହେଉଥିଲା  । କିନ୍ତୁ ପରେ ସେହି ଚର୍ଚ୍ଚା ଥମିଯାଇଥିଲା  । 

    ତେବେ ଏଆଇସିସି ନିକଟରେ ଆଉ ଏକ ନୂଆ ଯୋଜନା କରିଛି  । ସ୍ୱତନ୍ତ୍ର ଭାବେ ମିଡ଼ିଆ ପାଇଁ ଜଣେ ସାଧାରଣ ସମ୍ପାଦକ ନିଯୁକ୍ତ କରାଯିବ  । ଯିଏକି ରାଜ୍ୟର ରାଜନୀତିକ ହାଲଚାଲ ସମ୍ପର୍କରେ ସିଧାସଳଖ ଭାବେ ଏଆଇସିସି ହାଇକମାଣ୍ଡ ରାହୁଲ ଗାନ୍ଧୀଙ୍କୁ ଅବଗତ କରାଇବେ  । ରାଜ୍ୟରେ କଂଗ୍ରେସର ହାଲଚାଲ ଓ ଅନ୍ୟ ଦଳର ଗତିବିଧି ସମ୍ପର୍କରେ ନିୟମିତ ଭାବେ ରାହୁଲଙ୍କୁ ଜଣାଇବେ  । ଖାଲି ସେତିକି ନୁହେଁ ରାଜ୍ୟର ଗଣମାଧ୍ୟମ ସହ ମଧ୍ୟ ସୁସମ୍ପର୍କ ରକ୍ଷା କରିବେ  । ଗଣମାଧ୍ୟମରେ ପ୍ରକାଶିତ ଖବରଗୁଡ଼ିକୁ ଇଂରାଜୀ କରି ମଧ୍ୟ ରାହୁଲଙ୍କୁ ପଠାଇବେ  । ପ୍ରଥମ ଥର ପାଇଁ ଏଆଇସିସି ପକ୍ଷରୁ ସାଧାରଣ ସମ୍ପାଦକ (ମିଡ଼ିଆ) ଭଳି ଏକ ପଦବୀ ସୃଷ୍ଟି କରିଛନ୍ତି  ।

    ଚାରି ପାଂଚ ଦିନ ତଳେ ଏନେଇ ଏଆଇସିସି ସାଧାରଣ ସମ୍ପାଦକ ଅଶୋକ ଗେହଲଟ ସମସ୍ତ ପିସିସି ସଭାପତିମାନଙ୍କୁ ପତ୍ର ଲେଖିଛନ୍ତି  । ସେମାନଙ୍କ ନାମ ପଠାଇବାକୁ ମଧ୍ୟ କୁହାଯାଇଛି  । ଏହି ମିଡ଼ିଆ ସାଧାରଣ ସମ୍ପାଦକମାନଙ୍କୁ ନୂଆଦିଲ୍ଲୀରେ ଦିନିକିଆ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯିବ  । ଏହି ପତ୍ର ପାଇବା ପରେ ପିସିସି ସଭାପତି ଦୁଇ ତିନି ଦିନ ତଳେ ସତ୍ୟପ୍ରକାଶଙ୍କୁ ଡାକି ଆଲୋଚନା କରିଥିଲେ  । ସମ୍ଭବତଃ ସତ୍ୟପ୍ରକାଶଙ୍କୁ କଂଗ୍ରେସରେ ମିଶାଇ ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯିବ ବୋଲି ଏକ ସୂତ୍ରରୁ ଜାଣିବାକୁ ମିଳିଛି  ।

    Maximum 500 characters

    ଅଧିକ ମତାମତ

    Good news

    Priyaranjan Mohanty

    Jul 12, 2018

    Excellent decision.

    Dhunia Samantsinghar

    Jul 12, 2018

    ରାଜନୀତି View all

    Find Us on Facebook