ମୁଖ୍ୟ ଖବର
ଦୁବାଇ: ଚଳିତ ଆଇପିଏଲରେ କିଙ୍ଗସ ଇଲେଭେନ ପଞ୍ଜାବ ଦଳର ଅଷ୍ଟମ ମ୍ୟାଚ କି୍ରସ ଗେଲଙ୍କ ପାଇଁ ପ୍ରଥମ ଥିଲା । ପ୍ରଥମରୁ ଛାପ ଛାଡ଼ିବାରେ ସକ୍ଷମ ହୋଇଛନ୍ତି ଏହି ୱେଷ୍ଟଇଣ୍ଡିଜ ମହାନ । ଏଥି ସହିତ ପଞ୍ଜାବ ମଧ୍ୟ ପରାଜୟ ଧାରା ଭାଙ୍ଗିବାରେ ସକ୍ଷମ ହୋଇଛି । ଗେଲଙ୍କ ଉପଯୋଗୀ ପାଳି ପାଇଁ ତାଙ୍କ ଘନିଷ୍ଠ ବନ୍ଧୁ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂହ ତାଙ୍କୁ ଢେ଼ର ପ୍ରଶଂସା କରିଛନ୍ତି ।
ନିଜ ଟ୍ୱିଟରେ ଯୁବରାଜ ଏଭଳି ଲେଖିଛନ୍ତି ‘ଯଦି ୟୁନିଭର୍ସ ବସ୍ ବଲକୁ ବ୍ୟାଟର ମଝିରେ ସଂଯୋଗ କରିବାରେ ସକ୍ଷମ ହେବେ ତେବେ ବଲ ନିଶ୍ଚିତ ଆବୁଧାବିରୁ ଯାଇ ସାରଜାରେ ପଡ଼ିବ ।’ ବାସ୍ତବରେ ଆବୁଧାବିରୁ ସାଜରା ୧୬୪ କିଲୋମିଟର ହୋଇଥିଲେ ମଧ୍ୟ ଯୁବି ମଜାରେ ଏଭଳି କହିଥିଲେ । ଏହି ଅବସରରେ ପଞ୍ଜାବର ୮ ୱିକେଟ ବିଜୟ ପାଇଁ ଯୁବରାଜ ମଧ୍ୟ କେଏଲ ରାହୁଲ ଓ ମୟଙ୍କ ଅଗ୍ରୱାଲଙ୍କ ଅବଦାନକୁ ପ୍ରଶଂସା କରିଥିଲେ । ଏମାନେ ମ୍ୟାଚ ଶେଷ କରି ଫେରିବାର ଥିଲା ବୋଲି ଯୁବି କହିଥିଲେ । ପ୍ରତିପକ୍ଷ ଆରସିବି ଦଳରେ ଏବି ଡି.ଡିଭିଲିୟର୍ସ ବ୍ୟାଟିଂ ପଦୋନ୍ନତିକୁ ନେଇ ଯୁବି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ ।
Comments ସମସ୍ତ ମତାମତ