Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ବିଗବାସରେ ଖେଳିବେ ଯୁବରାଜ!

    Share on :
    ajab-Image
    Date: Sep 9, 2020    Views: 3941

    ନୂଆଦିଲ୍ଲୀ: ଗତ ବର୍ଷ ଅନ୍ତର୍ଜାତୀୟ କି୍ରକେଟରୁ ଅବସର ନେଇଥିବା ପ୍ରସିଦ୍ଧ ବ୍ୟାଟସମ୍ୟାନ ଯୁବରାଜ ସିଂହ ଅଷ୍ଟ୍ରେଲିଆର ଘରୋଇ ଟି-ଟ୍ୱେଣ୍ଟି ଲିଗ ‘ବିଗବାସ’ ରେ ଖେଳିବାକୁ ଯୋଜନା କରିଛନ୍ତି । ଆଜି ପର୍ଯ୍ୟନ୍ତ କୌଣସି ଭାରତୀୟ ଖେଳାଳି ବିଗବାସରେ ଖେଳି ନାହାନ୍ତି । ଭାରତୀୟ ଖେଳାଳିଙ୍କୁ ଅନ୍ୟ କୌଣସି ଟି-ଟ୍ୱେଣ୍ଟି ଲିଗରେ ଖେଳିବାକୁ ବିସିସିଆଇ ଏ ପର୍ଯ୍ୟନ୍ତ ଏନଓସି ପ୍ରଦାନ କରିନାହିଁ । ଯୁବରାଜ ଉଭୟ ଅନ୍ତର୍ଜାତୀୟ ଓ ଘରୋଇ କି୍ରକେଟରୁ ଅବସର ନେଇ ସାରିଛନ୍ତି । ତେଣୁ ବିଗବାସରେ ଖେଳିବା ପାଇଁ ତାଙ୍କୁ ବିସିସିଆଇର ଅନୁମତି ଆବଶ୍ୟକ ନାହିଁ । 
    ଯୁବରାଜଙ୍କ ମ୍ୟାନେଜର ଜାସନ ୱାର୍ଣ୍ଣ ସମ୍ପ୍ରତି କି୍ରକେଟ ଅଷ୍ଟ୍ରେଲିଆ ସହ ଯୋଗାଯୋଗ କରୁଛନ୍ତି । ଯୁବରାଜଙ୍କୁ ନେଇ କି୍ରକେଟ ଅଷ୍ଟ୍ରେଲିଆ ଉତ୍ସାହିତ ରହିଛି । ସୂଚନା ଯୋଗ୍ୟ ଚେନ୍ନାଇ ସୁପରକିଙ୍ଗସ ପକ୍ଷରୁ ଖେଳୁଥିବା ଅଷ୍ଟ୍ରେଲିଆର ସେନ ୱାଟସନ ଭାରତୀୟ ଖେଳାଳିଙ୍କୁ ବିଗବାସ ଖେଳିବାକୁ ସୁଯୋଗ ମିଳିବା ଆବଶ୍ୟକ ବୋଲି ମତ ଦେଇଥିଲେ । ଅବସର ନେଇଥିବା ଭାରତୀୟ ଖେଳାଳୀମାନେ ବିଗବାସରେ ଖେଳିବା ଆବଶ୍ୟକ ବୋଲି ୱାଟସନ ମତ ଦେବା ପରେ ଯୁବିଙ୍କ ବିଗବାସ ଖେଳିବା ଖବର ଲୋକ ଲୋଚନକୁ ଆସିଥିଲା ।

    Maximum 500 characters

    ଖେଳ ଖବର View all

    Find Us on Facebook