Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ତୈଳ ଦର ବୃଦ୍ଧି ପ୍ରତିବାଦରେ ଯୁବ କଂଗ୍ରେସର ବିକ୍ଷୋଭ

    Share on :
    ajab-Image
    Date: Jun 26, 2020    Views: 2992

    ଭୁବନେଶ୍ୱର – ଲଗାତର ୨୦ ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଓଡିଶା ପ୍ରଦେଶ ଯୁବ କଂଗ୍ରେସର ନବନିଯୁକ୍ତ ସଭାପତି ଡ. ସ୍ମୃତିରଂଜନ ଲେଙ୍କାଙ୍କ ନେତୃତ୍ୱରେ ମାଷ୍ଟର କ୍ୟାଂଟିନ୍ ଛକଠାରେ ଏକ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରି ପ୍ରଦେଶ ଯୁବ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତଳିକା ଦାହ କରିବା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଥିଲେ । ଆଗାମୀ ଦିନରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯଦି ପେଟ୍ରୋଲ ଓ ଡିଜେଲ ଦର ନକମାନ୍ତି ଆଗାମୀ ଦିନରେ ଯୁବ କଂଗ୍ରେସ ସମସ୍ତ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଚେତାବନୀ ଦେଇଛି ।

    ଆଜିର ଏହି କାର୍ଯ୍ୟକ୍ରମରେ ଯୁବ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ମହମ୍ମଦ ଅଲିମ୍, ଆର୍ଯ୍ୟବୀର ଲେଙ୍କା, ସ୍ୱାଗତ କର, ସଂକୁନା କହଁର, ରଂଜିତ୍ ପାତ୍ର, ନିହାର ରଂଜନ ବେହେରା, ପ୍ରେମଜିତ ମହାନ୍ତି, ନଳିନୀକାନ୍ତ ନାୟକ, ଜ୍ଞାନରଂଜନ ରାଉତ, ବିଶ୍ୱରଂଜନ ଦାସଙ୍କ ସମେତ ବହୁ ଯୁବ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ । 

    Maximum 500 characters

    ରାଜନୀତି View all

    Find Us on Facebook