ମୁଖ୍ୟ ଖବର
ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବେ ଆକ୍ସନ ମୋଡରେ ଅଛନ୍ତି । ବେଆଇନ ଭାବେ ଅଧିକାରୀ ପଦକୁ ପଦୋନ୍ନତି ପାଇଥିବା ୪ ଜଣ ଅଧିକାରୀଙ୍କ ମୁଖ୍ୟମନ୍ତ୍ରୀ ସେମାନଙ୍କ ମୂଳ ପଦବିକୁ ନେଇ ଆସିଛନ୍ତି । ସୂଚନା ଅନୁସାରେ ବରେଲି, ଫିରୋଜବାଦ, ମଥୁରା ଓ ଭାଦୋହି ଜିଲ୍ଲାର ଅତିରିକ୍ତ ଜିଲ୍ଲା ସୂଚନା ଅଧିକାରୀଙ୍କୁ ପିଅନ, ୱାଚମ୍ୟାନ, ସିନେମା ଅପରେଟର ତଥା କମୁ୍ୟନିକେସନ ଆସିଷ୍ଟାଣ୍ଟ ପଦବିକୁ ଖସାଇ ଦେଇଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି ହୋଇଛି । ବରେଲିର ଅତିରିକ୍ତ ଜିଲ୍ଲା ସୂଚନା ଅଧିକାରୀଙ୍କୁ ପିଅନ, ଫିରୋଜପୁର ଅଧିକାରୀଙ୍କୁ ୱାଚମ୍ୟାନ ଏବଂ ମଥୁରା ଭଦୋହିର ଅତିରିକ୍ତ ସୂଚନା ଅଧିକାରୀ ଦ୍ୱୟଙ୍କୁ ସିନେମା ଅପରେଟର ତଥା କମୁ୍ୟନିକେସନସ ଆସିଷ୍ଟାଣ୍ଟ ପଦକୁ ଖସାଇ ଦିଆଯାଇଛି ।
Comments ସମସ୍ତ ମତାମତ